www.samajalive.in
Monday, December 8, 2025
24.1 C
Bhubaneswar

ଟିକାକରଣ ସଚେତନତା ରଥ ଉଦଘାଟିତ 

ବୌଦ୍ଧ: ବୌଦ୍ଧଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ୍‌ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଟୀକାକରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶ ସବୁଜ ପତାକା ଦେଖାଇ ଟୀକାକରଣ ରଥର ଉଦଘାଟନ କରିଥିଲେ । ଏହି ଅବସରରେ ଜିଲା ମ୍ୟାଲେରିଆ ନିରାକରଣ ଅଧିକାରୀ ଡା. ମଦନ ମୋହନ ପ୍ରଧାନ,ଏ ଡିଏଚଓ ଡା. ବିକେଆରସି ହେମ୍ବ୍ରମ,ଏମଓଆଇସି ଡା.ସାଏ ଆଡେଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ଡିପିଏମ ଏନଏଚଏମ ,ଡିଏମଆରସି,ପ୍ଲାନ ଇଣ୍ଡିଆର ସମସ୍ତ ସବ୍ୟସ୍ତ ଅଧିକାରୀଙ୍କ ସହିତ ୫୦ରୁ ଅଧିକ ଏନଏନଏମ କର୍ମୀ ଓ ସମସ୍ତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ଗ୍ରାମାଞ୍ଚଳରେ ଟୀକାକରଣ କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦିଆଯାଇ ପ୍ଲାନ ଇଣ୍ଡିଆ ତରଫରୁ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି ରଥ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜିଲାର ପ୍ରତ୍ୟେକ ଗ୍ରାମ ବୁଲି ସାଧାରଣଲୋକଙ୍କୁ ଟିକାକରଣ ନେଇ ସଚେତନତା ସୃଷ୍ଟି କରିବ ବୋଲି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories