www.samajalive.in
Wednesday, December 10, 2025
26.1 C
Bhubaneswar

ମୂଳା ଚାଷ କରିଛି ସ୍ୱାବଲମ୍ବୀ

ବୌଦ୍ଧ : ନଦୀନାଳରେ ଭରପୁର ହୋଇରହିଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲାରେ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘନଦୀ, ମେହେରୁଣୀ ପରି ଆହୁରି ଅନେକ ନଦୀନାଳ ପ୍ରବାହିତ ହେଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଏହି ନଦୀନାଳ ପ୍ରବାହିତ ଯୋଗୁଁ ପନିପରିବା ଚାଷର ଅନେକ ସମ୍ଭାବନା ରହିଛି। ବୌଦ୍ଧ ଜିଲାର ବିଭିନ୍ନ ଦୈନିକ ବଜାର ସମେତ ଆଖପାଖର ପାଞ୍ଚଟି ଜିଲ୍ଲାରେ ବୌଦ୍ଧ ଜିଲ୍ଲାର ପନିପରିବା ବେଶ ଆଦୃତ ରହିଛି। ଆଉ ଏଭଳି ପନିପରିବା ଚାଷ କ୍ଷେତ୍ରରେ ବୌଦ୍ଧ ଜିଲ୍ଲା ସଦର ମହକୁମା ଟୁଟୁସିଙ୍ଗା ନିକଟସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମର ଜଣେ ଗରିବ ଚାଷୀ ବର୍ଷ ତମାମ କେବଳ ମୂଳା ଚାଷ କରି ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛନ୍ତି ।

କଥାରେ ଅଛି ଚାଷକାମ  ଯାହାର  ସବୁସୁଖ ତାହାର । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଶ୍ୟାମସୁନ୍ଦରପୁର ଗ୍ରାମର ଚାଷୀ ଜୟଦେବ ସାହୁ । ଏହି ଚାଷୀ ପରିବାର ପାଇଁ ମୂଳା ଚାଷ ପାଲଟିଛି ରୋଜଗାରର ମାଧ୍ୟମ । ନିଜସ୍ଵ ଉଦ୍ୟମରେ ନିଜ ପଡିଆକୁ ଜମିରେ ପରିଣତ କରି ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଛନ୍ତି ଗରିବ ଚାଷୀ ପରିବାର । ବର୍ଷ ତମାମ କେବଳ ମୂଳା ଚାଷ କରି ଗରିବ ଚାଷୀ ଜଣଙ୍କ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

- Advertisement -

ବୌଦ୍ଧ ଜିଲା ସଦର ମହକୁମା ଟୁଟୁସିଙ୍ଗା ନିକଟସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମର ଜଣେ ଗରିବ ଚାଷୀ ହେଉଛନ୍ତି ଜୟଦେବ ସାହୁ । ତେବେ ଜୟଦେବଙ୍କୁ କୌଣସି ପ୍ରକାରର ସରକାରୀ ସହାୟତା ମିଳିପାରି ନଥିବା ସେ କହିଛନ୍ତି । ମୂଳା ଚାଷୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଏହି ଗରିବ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।  ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିକୁ ଅନୁସରଣ କରି ଉତ୍ପାଦିତ ଜୟଦେବଙ୍କ ମୂଳାର ବୌଦ୍ଧ ଜିଲ୍ଲା ସମେତ ପଡୋଶୀ ଜିଲ୍ଲାରେ ମଧ୍ୟ ବେଶ ଚାହିଦା ରହିଛି ।

ଶ୍ୟାମସୁନ୍ଦରପୁର ଗ୍ରାମର ଅତ୍ୟନ୍ତ ଗରିବ ତଥା ନାମମାତ୍ର ଚାଷୀ ଜୟଦେବ ସାହୁ । ଜୟଦେବ ନିଜର ସାତ ଡେସିମିଲ ପଡିଆ ଜମିକୁ ନିଜ ଉଦ୍ୟମରେ ଉର୍ବର କରି ସେଥିରେ ବର୍ଷ ତମାମ ପାଳି କରି ମୂଳା ଚାଷ କରୁଛନ୍ତି । ନିଜ ଉଦ୍ୟମରେ ଏକ କୂଅ ଖୋଳିବା ସହିତ ମୂଳା ବିହନ ତଥା ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରି ବର୍ଷ ତମାମ ସେ ନିଜ ପତ୍ନୀଙ୍କ ସହିତ ମିଶି ମୂଳା ଚାଷ କରି ବର୍ଷକୁ ପ୍ରାୟ ପଚାଶରୁ ଷାଠିଏ ହଜାର ଟଙ୍କା ପର୍ୟ୍ୟନ୍ତ ଅର୍ଥ ଉପାର୍ଜନ କରିପାରୁଛନ୍ତି । ବର୍ତ୍ତମାନ ଜୁନ ମାସ ଆରମ୍ଭ ହୋଇଥିବା ବେଳେ ମୂଳା ବିଡା ମାତ୍ର ଦଶ ଟଙ୍କାରେ ଉପଲବ୍ଧ ହେଉଛି । ଜୟଦେବଙ୍କ ମୂଳା ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୁବ ଚାହିଦା ରହିଛି ସତ, କିନ୍ତୁ ସରକାରୀ ସ୍ତରରେ ତାଙ୍କୁ କୌଣସି ସହାୟତା ଆଜି ପର୍ୟ୍ୟନ୍ତ ମିଳିପାରିନାହିଁ । ଜୟଦେବଙ୍କ ଭଳି ଗରିବ ଚାଷୀଙ୍କୁ ସରକାରୀ ସହାୟତା ସହିତ ଉପଯୁକ୍ତ ପରାମର୍ଶ ମିଳିଲେ ସେ ଅଧିକ ଉପକୃତ ହୋଇପାରନ୍ତେ ବୋଲି ସ୍ଥାନୀୟ ଚାଷୀ ମତ ପ୍ରକାଶ କରିଛନ୍ତି ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories