www.samajalive.in
Monday, December 8, 2025
27.1 C
Bhubaneswar

ବୌଦ୍ଧରେ ଜାମୀୟା ମସଜିଦ ପକ୍ଷରୁ ଇଫତାର ପାର୍ଟି ପାଳିତ

ବୌଦ୍ଧ: ବୌଦ୍ଧ ଜାମୀୟା ମସଜିଦ ପକ୍ଷରୁ ଇଫତାର ପାର୍ଟି ମସଜିଦ ପରିସରରେ ପାଳିତ ହୋଇଯାଇଛି। ମସଜିଦ ସଭାପତି ଅବଦୁଲ କରିମ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାର୍ଟିରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ରମଜାନ ମାସରେ ଶେଷ ଦିନରେ ସମସ୍ତ ମୁସଲିମ ଭାଇ ଭଉଣୀଙ୍କୁ ଶୁଭେଛା ଜଣାଇବା ସହିତ ଇଦପର୍ବର ଶୁଭେଛା ଜଣାଇଥିଲେ। ବୌଦ୍ଧରେ ହିନ୍ଦୁ ମୁସଲମାନ ମାନଙ୍କ ମଧ୍ୟରେ ଭାଇଚାରା ସ୍ଥାପନ କରିବାରେ ଏହା ମୁଖ୍ୟ ସୁତ୍ର ହେବ ବୋଲି ଜିଲାପାଳ ଶ୍ରୀ ମିଶ୍ର କହିଥିଲେ।

ଜାମୀୟା ମସଜିଦର ମୌଲବୀ ରମଜାନ ମାସର ବିଶେଷତ୍ୱ ଉପରେ ଅବଗତ କରାଇବା ସହ ରୋଜା ରଖିବାର ଉଦେଶ୍ୟ ଏବଂ ରୋଜାର ମହ୍‍ତ୍ୱ ବିଷୟରେ ବୁଝାଇଥିଲେ। ଏହି ପାର୍ଟିରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଜ୍ଞାନରଂଜନ ମହାନ୍ତି, ବିଜ୍ଞାପିତ ଅଞ୍ଚଳର ପରିଷଦର ଅଧକ୍ଷ୍ୟ ମୃତ୍ୟୁଞ୍ଜୟ ମିଶ୍ର, ବଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଇଂ. ମନରଂଜନ ପଣ୍ଡା, ଜିଲା ସୁଚନା ଲୋକସଂପର୍କ ଅଧିକାରୀ ରିତିକାନ୍ତି ବଳିୟାରସିଂହ ପ୍ରମୁଖ ଯୋଗ ଦେଇଥିଲେ। ପାର୍ଟିରେ ହଲିମ ଖାନ, ଅବଦୁଲ ମହସିନ ଖାନ, ଜାହିର ଖାଁ , ସର୍ଫୁଦିନ ଖାନ, ମହମ୍ମଦ ସଫିଉଲ, ସେକ ସମ୍ମିଉଲ୍ଲା, ନିଉଦିନ ଖାନ,ନିଜାର ଖାନ, ରହିମ ଖାନ, ଅବଦୁଲ ସଲାମଙ୍କ ସମେତ ବସ୍ତିର ଭାଇ ମାନେ ସାମିଲ ଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories