ବୌଦ୍ଧରେ ୭୪.୮୭% ମତଦାନ

ବୌଦ୍ଧ: ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ଗୁରୁବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ୫୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିିଏମ ଭିତରେ ସିଲ ହୋଇ ରହିଛି। ମତଦାନ ଦିବସର ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନରେ ନୁଆସାହି ଠାରେ ଥିବା ୯ ନଂ ବୁଥରେ ପ୍ରଥମରୁ ହିଁ ଇଭିଏମ ତ୍ରୁଟି ଦେଖାଦେବାରୁ ସ୍ୱଳ୍ପ ସମୟ ପାଇଁ ଭୋଟ ଦାନ ବିଳମ୍ବ ହୋଇଥିଲା। ତେବେ ତୁରନ୍ତ ଇଭିଏମକୁ ଠିକ୍‍ କରାଯାଇ ମତଦାନ ଆରମ୍ଭ ହୋଇଥିଲା। ଦୀର୍ଘବର୍ଷ ପରେ ସିଧାସଳଖ ଅଧ୍ୟକ୍ଷ ପଦ ପାଇଁ ମତଦାନ ହେଉଥିବାରୁ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଅଧିକ ଉତ୍କଣ୍ଠା କରିଲକ୍ଷିତ ହୋଇଥିଲା। ଅନେକ ବୁଥରେ ଭୋଟ ଦେବା ପାଇଁ ଲୋକଙ୍କ ଆଗ୍ରହ ଥିବାବେଳେ ଭୋଟଦାନ ସମୟ ଅପରାହ୍ନ ୫ଟା ପରେ ମଧ୍ୟ ବହୁ ସଂଖ୍ୟାରେ ଭୋଟର ମତଦାନ କରିବାକୁ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା।

ପୌର ନିର୍ବାଚନ ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ ସମୁଦାୟ ୧୧୭୬୩ ଜଣ ଭୋଟର ମତଦାନ କରିଥିବା ବେଳେ ସେଥିମଧ୍ୟରୁ ପୁୁରୁଷ ଭୋଟର ସଂଖ୍ୟା ୫୯୭୩ ଥିବା ବେଳେ ମହିଳା ଭୋଟର ସଂଖ୍ୟା ୫୭୯୦ ରହିଅଛି। ବୌଦ୍ଧରେ ୭୪.୮୭% ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ଅବିନାଶ ପାଣ୍ଡିଆ ସୂଚନା ଦେଇଛନ୍ତି।

Comments are closed.