www.samajalive.in
Friday, December 12, 2025
19.1 C
Bhubaneswar

ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୫ ତମ ଜୟନ୍ତୀ ପାଳିତ

ବୌଦ୍ଧ: ବୌଦ୍ଧଜିଲା ବିଜେପି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୦୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି। ଜିଲା ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ବିପ୍ରଚରଣ ମହାନ୍ତିି ଅଧ୍ୟକ୍ଷତା କରି ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ବଳିଷ୍ଠ ନେତୃତ୍ୱରେ ଭାରତୀୟ ଜନସଂଘ ଓ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ମୂଳଦୁଆ ପଡିଥିବା ପ୍ରକାଶ କରିଥିେଲେ। ପୂର୍ବର ଭାରତୀୟ ଜନସଂଘର ଦିଗଦର୍ଶକ ତଥା ଜାତୀୟତା ଆନ୍ଦୋଳନର ଦାର୍ଶନିକ ରାଜନେତା, ପ୍ରବୀଣ ସାମ୍ବାଦିକ, ନିସ୍ୱାର୍ଥପର ସମାଜ ସେବକ, ଦେଶପ୍ରେମ ରାଷ୍ଟ୍ରନିତିଜ୍ଞଙ୍କ ଏହି ପବିତ୍ର ଜନ୍ମ ଜୟନ୍ତୀକୁ ୨୦୧୪ ଠାରୁ ଅନ୍ତୋଦୟ ଦିବସ ଭାବରେ ପାଳନ କରାଯାଉଛି।

ଏହି ଉତ୍ସବ ପାଳନ ଅବସରରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ବୃକ୍ଷ ରୋପଣ,ଗରିବ କଲ୍ୟାଣ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀମାନଙ୍କୁ ମୋଦୀ ବେଗ ବଣ୍ଟନ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ତାଙ୍କର ଜୀବନ ଆଦର୍ଶ ସମ୍ବନ୍ଧରେ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ଜିଲା ବିଜେପି ସଭାପତି ଶ୍ରୀମହାନ୍ତିଙ୍କ ସହ ସମସ୍ତ ମଣ୍ଡଳ ସଭାପତି, ବରିଷ୍ଠ ନେତା କହ୍ନାଇଁ ଚରଣ ଡାଙ୍ଗ, ସୁଶାନ୍ତ କୁମାର ପ୍ରଧାନ, ମାଗୁଣି ଗାଈଗୌରିଆ, ମନୋରଂଜନ ଦାଶ, ସତ୍ୟାନନ୍ଦ ପାଣ୍ଡେ, ସୁଶାନ୍ତ ବାଘ, ପ୍ରେମାନନ୍ଦ ମିଶ୍ର, ମିନା ରାଣୀ ମିଶ୍ର, ନମିତା ରାଣୀ ଦାଶ, ରବି କୁମାର ଦେଓ, ରାମଜୀ ମେହେର ଓ ଶ୍ୟାମସୁନ୍ଦର ପୁରୋହିତଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories