www.samajalive.in
Monday, December 8, 2025
13.1 C
Bhubaneswar

ବସ୍ ଚାଲିବା ନେଇ ନିଷ୍ପତି ଖୁବ୍ ଶୀଘ୍ର : ପରିବହନ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଘରୋଇ ବସ ଚାଲିବା ନେଇ ଶନିବାର ପରିବହନ ବିଭାଗ ଅଧିକାରୀ, ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ କରୋନା ସମନ୍ୱୟ କମିଟିର  ବୈଠକ ଅନୁଷ୍ଠିତ ହେବ। ଏଠି ନିଷ୍ପତ୍ତି ହେବା ପରେ ଖୁବ ଶୀଘ୍ର ଘରୋଇ ବସ ସଂଘ ସହ ଆଲୋଚନା ହେବ । ଲୋକ ଯେପରି ହଇରାଣ ନ ହୁଅନ୍ତି, ଠିକ ଭାବେ ଯିବାଆସିବା କରି ପାରିବେ, ସେ ନେଇ ବସ ଚାଲିବା ଦରକାର ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଅନ୍ୟପକ୍ଷରେ ସାରା ଦେଶରେ ୨ଟି ରାଜ୍ୟକୁ ଛାଡ଼ି କେହି ବସ ଚଲାଇ ନାହାନ୍ତି । ଆମର ପ୍ରବାସୀ ଶ୍ରମିକ ଓଏସଆରଟିସି ଓ କିଛି ଘରୋଇ ବସରେ ଆସୁଛନ୍ତି । ଓଏସଆରଟିସିର ମାତ୍ର ୪୦୦ରୁ ୫୦୦ ବସ୍ ଅଛି । ବସ ଚାଲିବା ନେଇ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ନିଷ୍ପତ୍ତି ନେବାକୁ କହିଛନ୍ତି ।

- Advertisement -

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫.୫ କୋଟି ଟଙ୍କା ଖୁବ ଶୀଘ୍ର ପୂର୍ବତଟ ରେଳବାଇ ପାଖରେ ପୈଠ କରାଯିବ ଯେଉଁଥିରେ ଟ୍ରେନ ଯୋଗେ ଶ୍ରମିକ ଓଡ଼ିଶା ଆସିବେ। ସେଥିରୁ ସେମାନଙ୍କ ଟିକେଟ ବାବଦରେ ଅର୍ଥ କଟା ହେବ ବୋଲି ସେ କହିଛନ୍ତି ।

ପଶ୍ଚିମବଙ୍ଗର କ୍ଷତି ଓଡ଼ିଶା ତୁଳନାରେ ଅଧିକ କ୍ଷତି ହୋଇଛି । ଆମକୁ ୫୦୦ କୋଟି ମିଳିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ରିପୋର୍ଟ ଦେବା ପରେ ଆହୁରି ଦେବେ। ତେଣୁ ସରକାର ଖୁବ୍ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories