www.samajalive.in
Saturday, December 6, 2025
16.1 C
Bhubaneswar

‘ଆଡ୍‌ଭେଞ୍ଚର୍ସ ଅଫ୍‌ ଦ ଡେୟାରଡେଭିଲ ଡେମୋକ୍ରାଟ୍‌’ ଲୋକାର୍ପିତ : ବିଜୁବାବୁ ଥିଲେ କିମ୍ବଦନ୍ତୀ ପୁରୁଷ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଜୀବନ ସାରା ଚର୍ଚ୍ଚାରେ ରହି ଆସିଥିଲେ, ଯାହାକି ତାଙ୍କୁ କିମ୍ବଦନ୍ତୀ ପୁରୁଷ ଭାବେ ଗଢି ତୋଳିଥିଲା। ତାଙ୍କର ଅବର୍ତ୍ତମାନ ପରେ ମଧ୍ୟ ସେ ଲକ୍ଷାଧିକ ଲୋକଙ୍କ ମଧ୍ୟରେ କିମ୍ବଦନ୍ତୀ ପୁରୁଷ ଭାବେ ରହି ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ‘ଆଡ୍‌ଭେଞ୍ଚର୍ସ ଅଫ ଦ ଡେୟାରଡେଭିଲ ଡେମୋକ୍ରାଟ୍‌’ ପୁସ୍ତକକୁ ଲୋକାର୍ପିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବିଜୁବାବୁଙ୍କ ଦୁଃସାହସିକ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟଙ୍କୁ ଉଦ୍ଧାର କରିବା, ସ୍ବାଧୀନତା ସଂଗ୍ରାମ ସମୟରେ ଜାତୀୟ ନେତା ଅରୁଣା ଅସରଫ ଅଲ୍ଲୀ, ରାମ ମନୋହର ଲୋହିଆଙ୍କୁ ବିମାନରେ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ଆଦିର ଉଦାହରଣ ଦେଇଥିଲେ। ଜଣେ ଜାତୀୟବାଦ ନେତାର ପରିଚୟ ବେବାକୁ ଯାଇ ପାକ୍ କବଳରୁ ଶ୍ରୀନଗରକୁ ଉଦ୍ଧାର କରିବା ଲାଗି ପ୍ରଥମେ ବିଜୁ ପଟ୍ଟନାୟକ ଭାରତୀୟ ସୈନିକଙ୍କୁ ସେଠାରେ ପହଞ୍ଚାଇଥିଲେ। ପୁସ୍ତକଟି ଚିତ୍ରକଥା (କମିକ) ଆକାରରେ ପ୍ରକାଶିତ ହେଇଥିଲେ ମଧ୍ୟ ଏହା ବିଜୁ ପଟ୍ଟନାୟକଙ୍କ ଜୀବନୀ ଓ କାର୍ଯ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଅନ୍ୟତମ ଅତିଥି ଭାବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗଦେଇ ଦଳମତ ନିର୍ବିେଶଷରେ ସମସ୍ତେ ବିଜୁ ପଟ୍ଟନାୟକଙ୍କୁ ଭାରତ ରତ୍ନ ଉପାଧି ପାଇଁ ଦାବି କରିବାକୁ କହିଥିଲେ। ତାଙ୍କ ରାଜନୈତିକ ଜୀବନରେ ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ଶ୍ରୀ ମିଶ୍ର କହିଥିଲେ। ସେହିପରି ବିଜେପି ବିଧାୟକ ଦଳ ନତା କନକବର୍ଦ୍ଧନ ସିଂହଦେଓ ବିଜୁବାବୁଙ୍କ ପ୍ରତି ଥିବା ତାଙ୍କର ଧାରଣା କିପରି ବଦଳି ଯାଇଥିଲା ସେହି ଘଟଣା ସମ୍ପର୍କରେ କହିଥିଲେ। ଛାତ୍ର ଓ ଯୁବକଙ୍କୁ ଅଧିକରୁ ଅଧିକ ରାଜନୀତିରେ ସାମିଲ ହେବା ପାଇଁ ସେ ପ୍ରୋତ୍ସାହିତ କରୁଥିଲେ ବୋଲି ଶ୍ରୀ ସିଂହଦେଓ କହିଥିଲେ। କଳିଙ୍ଗ ଟ୍ରଷ୍ଟ ଫାଉଣ୍ଡେସନ ସଭାପତି ଭବାନୀ ଚରଣ ପଟ୍ଟନାୟକ ସଭାପତିତ୍ବ ଅଭିଭାଷଣ ପ୍ରଦାନ କରିଥିଲେ। ବିଧାୟକ ଅତନୁ ସବ୍ୟସାଚୀ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଟ୍ରଷ୍ଟର ସମ୍ପାଦକ ବିମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନେତା, ପୂର୍ବତନ ମନ୍ତ୍ରୀ, ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories