www.samajalive.in
Sunday, December 7, 2025
26.1 C
Bhubaneswar

ୟେସ୍ ବ୍ୟାଙ୍କ ଅନିୟମିତତା : ପ୍ରତିଷ୍ଠାତାଙ୍କ ଘରେ ଇଡି ଚଢ଼ଉ

-ଭାଙ୍ଗିଲା ୟେସ୍‌ ବୋର୍ଡ଼; ଏସ୍‌ବିଆଇ ସିଏଫଓ ନୂଆ ପ୍ରଶାସକ
-ଜରୁରୀ କ୍ଷେତ୍ରରେ ଜମାକାରୀଙ୍କୁ ୫ଲକ୍ଷ ଯାଏ ଉଠାଣ ସୁବିଧା
-ଆର୍‌ବିଆଇ ଅନୁଧ୍ୟାନ କରୁଛି, ଜମାକାରୀଙ୍କ ଅର୍ଥ ସୁରକ୍ଷିତ: ନିର୍ମଳା

ମୁମ୍ବଇ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ମୁମ୍ବଇସ୍ଥିତ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢ଼ଉ କରିଛି। ଏକ ଅର୍ଥ ହେରଫେର ମାମଲାକୁ ନେଇ ଇଡି ଶୁକ୍ରବାର ରାଣା କପୁରଙ୍କ ମୁମ୍ବଇସ୍ଥିତ ବାସଭବନରେ ଚଢ଼ଉ କରିଛି।
ଇଡି ଅଧିକାରୀ କହିଛନ୍ତି ଯେ ବେଆଇନ ଅର୍ଥ ହେରଫେର ନିରୋଧ ଆଇନ ଅନୁଯାୟୀ ରାଣାଙ୍କ ସମୁଦ୍ର ମହଲ ବାସଭବନରେ ଏହି ଚଢ଼ଉ ହୋଇଛି। ରାଣା ଏକ ନିର୍ଦ୍ଦିଷ୍ଟ କର୍ପୋରେଟ ସଂସ୍ଥାକୁ ବ୍ୟାଙ୍କ ଋଣ ପ୍ରଦାନରେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ପ୍ରତିବଦଳରେ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ଲାଞ୍ଚ ଅର୍ଥ ଜମା କରାଯାଇଥିଲା। ଏହା ବ୍ୟତୀତ ରାଣାଙ୍କ ବିରୋଧରେ ଅନ୍ୟ କେତେକ ଅନିୟମିତତା ମଧ୍ୟ ଇଡି ନଜରକୁ ଆସିଛି। ବେନିୟମ ଭାବେ ଅଯୋଗ୍ୟ ହିତାଧିକାରୀଙ୍କୁ ଋଣ ପ୍ରଦାନ କାରଣରୁ ୟେସ୍‌ ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି।
ଅନ୍ୟପଟେ ୟେସ ବ୍ୟାଙ୍କରେ ଦେଖାଯାଇଥିବା ଆର୍ଥିକ ସଙ୍କଟ ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହସ୍ତକ୍ଷେପ କରି ଏହାର ପରିଚାଳନା ବୋର୍ଡ଼କୁ ଭାଙ୍ଗିଦେଇଛି। ୟେସ ବ୍ୟାଙ୍କର ପରିଚାଳକ ପଦରେ ଏସବିଆଇର ସହକାରୀ ପରିଚାଳନା ନିର୍ଦେଶକ ତଥା ମୁଖ୍ୟ ବିତ୍ତ ଅଧିକାରୀ ପ୍ରଶାନ୍ତ କୁମାରଙ୍କୁ ନୂଆ ପ୍ରଶାସକ ଭାବେ ଆରବିଆଇ ନିଯୁକ୍ତି ଦେଇଛି।
ସେହିପରି ଆରବିଆଇ କହିଛି ଯେ ୟେସ ବ୍ୟାଙ୍କରେ ପୁଞ୍ଜି ନିବେଶ କରିବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଆଗ୍ରହ ପ୍ରକାଶ କରିଛି। ୟେସ୍ ଜମାକାରୀଙ୍କୁ ମାସକୁ ୫୦ହଜାର ଟଙ୍କା ଉଠାଣ ପାଇଁ ଯେଉଁ କଟକଣା ଲାଗୁ କରାଯାଇଥିଲା ସେଥିରେ କୋହଳ କରାଯାଇଛି। ଆରବିଆଇ କହିଛି ଯେ ସାଧାରଣ ଜମାକାରୀମାନେ ସର୍ବାଧିକ ୫୦ହଜାର ଟଙ୍କା ଉଠାଣ କରିପାରିବେ; ମାତ୍ର ଚିକିତ୍ସା, ପିଲାଙ୍କ ଉଚ୍ଚଶିକ୍ଷା, ବାହାଘର ଓ ଅନ୍ୟାନ୍ୟ ଉତ୍ସବ ଆଦିର ଜରୁରୀ ଖର୍ଚ୍ଚ ପାଇଁ ଜମାକାରୀମାନେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ। ଜଣେ ଜମାକାରୀଙ୍କ ଅନେକ ଆକାଉଣ୍ଟ ଥିଲେ ମଧ୍ୟ ସମସ୍ତ ଆକାଉଣ୍ଟରୁ ଅନୁରୂପ ଟଙ୍କା ଉଠାଇ ପାରିବେ।
ଅନ୍ୟପକ୍ଷରେ ୟେସ ବ୍ୟାଙ୍କର ଆର୍ଥିକ ଅନିୟମିତତାକୁ ଆର୍‌ବିଆଇ ଅନୁଧ୍ୟାନ କରିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି ଯେ କେଉଁ କାରଣରୁ ଆର୍ଥିକ ସଙ୍କଟ ଦେଖାଯାଇଛି ତା’ ଉପରେ ଅନୁଧ୍ୟାନ ପୂର୍ବକ ଦୋଷୀଙ୍କୁ ଚିହ୍ନଟ କରାଯିବ। ତେବେ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ବୋଲି ସେ କହିଛନ୍ତି। ୟେସ୍‌ ବ୍ୟାଙ୍କ କର୍ମଚାରୀଙ୍କ ଭବିଷ୍ୟତ କ’ଣ ହେବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ନିର୍ମଳା ସୀତାରମଣ କହିଛନ୍ତି, ବ୍ୟାଙ୍କ ପୁନର୍ଗଠନ ପରେ ୟେସ୍‌ ବ୍ୟାଙ୍କ କର୍ମଚାରୀଙ୍କୁ ପୁନଃନିଯୁକ୍ତ କରାଯିବ ଏବଂ ଅତିକମ୍‌ରେ ଏକବର୍ଷ ପର୍ଯ୍ୟନ୍ତ ସେମାନଙ୍କର ଦରମା ଓ ଚାକିରିକୁ ନିଶ୍ଚିତ କରାଯିବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories