www.samajalive.in
Saturday, December 13, 2025
17.1 C
Bhubaneswar

ଅବୁ ସାଲେମଙ୍କ ପାରୋଲ ଆବେଦନ ବାତିଲ

ମୁମ୍ବଇ: ୧୯୯୩ରେ ମୁମ୍ବଇ ସିରିଜ ବୋମା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଅବୁ ସାଲେମ ବିବାହ ପାଇଁ ଏକ ମାସ ପାରୋଲ ଆବେଦନକୁ ମୁମ୍ବଇ ଉଚ୍ଚ ନ୍ୟାୟାଳୟ ବାତିଲ କରିଦେଇଛି। କୌଶର ବାହାରଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ସାଲେମ ଏକ ମାସ ପାରୋଲ ଆବେଦନ କରିଥିଲେ। ଥାନେ ଜିଲା ମୁମବ୍ରା ଅଞ୍ଚଳ ନିବାସୀ କୌଶର ବାହାରଙ୍କ ସହ ଅବୁ ଦୀର୍ଘ ଦିନ ଧରି ବିବାହ କରିବାକୁ ଚାହୁଁଥିଲେ ମଧ୍ୟ କୋର୍ଟ ତାଙ୍କ ଆବେଦନକୁ ପୂର୍ବରୁ ମଧ୍ୟ ଖାରଜ କରିଥିଲା। ମୁମ୍ବଇ ଉଚ୍ଚ ନ୍ୟାୟାଳୟରେ ଏଥି ନିମନ୍ତେ ଗଠିତ ୨ଜଣିଆ ଖଣ୍ଡପିଠ ସାଲେମଙ୍କ ବିରୋଧରେ ପ୍ରମାଣିତ ହୋଇଥିବା ଅପରାଧର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଦଣ୍ଡାଦେଶରେ କୋହଳତା ପ୍ରଦାନ କରିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି। ନଭେମ୍ବର ୨୦୦୫ରୁ ଅବୁ ଜେଲରେ ଦଣ୍ଡିତ ଥିବାବେଳେ ମାନବତା ଦୃଷ୍ଟିକୋଣରୁ ତାଙ୍କୁ ୧ମାସ ପାଇଁ ପାରୋଲ ପ୍ରଦାନ କରିବାକୁ ଗୁହାରି କରାଯାଇ ଥିଲା। କୌଶର ବାହାରଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିବାରୁ ସେ ତାଙ୍କ ପ୍ରତିଶୃତି ରକ୍ଷା କରିବାକୁ ଏଭଳି ପାରୋଲ ପାଇଁ ଆବେଦନ କରିଥିବା ଆବେଦନରେ ଦର୍ଶାଯାଇ ଥିଲା। ଅପରପକ୍ଷରେ କୌଶର ବାହାର ମଧ୍ୟ ଅବୁଙ୍କ ବ୍ୟତୀତ ଅନ୍ୟ କାହାକୁ ବିବାହ କରିବାକୁ ମନା କରିଦେଇଛନ୍ତି। ସାଲେମ ମଧ୍ୟ ସାମାଜିକ ପରମ୍ପରା ମଧ୍ୟରେ ଜୀବନ ଅତିବାହିତ କରିବାକୁ ଚାହୁଁଥିବାରୁ ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇ ଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories