www.samajalive.in
Saturday, December 6, 2025
16.1 C
Bhubaneswar

ଏବେ ଟାର୍ଗେଟରେ ଅତିକର ଓକିଲ ! ଘର ପାଖରେ ବୋମା ମାଡ଼

ପ୍ରୟାଗରାଜ: ଗ୍ୟାଙ୍ଗଷ୍ଟର ଅତିକ ଅହମଦ ଓ ଅଶରଫ ହତ୍ୟାକାଣ୍ଡ ପରେ ପ୍ରୟାଗରାଜରୁ ଆଉ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି। ଅତିକର ଓକିଲମାନଙ୍କ ମଧ୍ୟରୁ ଜଣଙ୍କ ଘର ପାଖରେ ମଙ୍ଗଳବାର ବୋମା ମାଡ଼ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। କୁହାଯାଉଛି ଯେ, ଆତଙ୍କ ଖେଳାଇବା ଉଦ୍ଦେଶ୍ୟରେ ଏହି ବୋମା ଫିଙ୍ଗାଯାଇଛି, ଯେଉଁଥିରେ ମୃତାହତର କୌଣସି ଖବର ନାହିଁ। କର୍ନଲଗଞ୍ଜ ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ପ୍ରୟାଗରାଜର କଟରା ଗୋବର ଗଳିରେ ଏକ ଦେଶୀ ବୋମା ଫିଙ୍ଗା ଯାଇଛି। ଏହି ଗଳିରେ ଗ୍ୟାଙ୍ଗଷ୍ଟାର ଅତିକ ଅହମଦର ଓକିଲ ଦୟାଶଙ୍କର ମିଶ୍ରାଙ୍କ ଘର ରହିଛି। ଅପରପକ୍ଷେ, କର୍ନଲଗଞ୍ଜ ଥାନା ଏସଏଚଓ ରାମ ମୋହନ ରାୟ କହିଛନ୍ତି ଯେ, ଅତିକଙ୍କ ଓକିଲ ଦୟାଶଙ୍କର ମିଶ୍ରା ଟାର୍ଗେଟରେ ନଥିଲେ। ଏହି ଘଟଣା ଦୁଇ ଯୁବକଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ଘଟିଛି। ତେବେ ଭୟ ଏବଂ ଆତଙ୍କ ସୃଷ୍ଟି କରିବା ପାଇଁ ତାଙ୍କ ଘର ପାଖରେ ବୋମା ପକାଯାଇଛି ବୋଲି ଓକିଲ ଦୟାଶଙ୍କର ମିଶ୍ରା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories