www.samajalive.in
Thursday, December 11, 2025
16.1 C
Bhubaneswar

ବୁଣାକାରଙ୍କୁ ପରିଚୟ ପତ୍ର ଓ ଆର୍ଥିକ ସହାୟତା ପ୍ରଦାନ

ବଲାଙ୍ଗିର: ଶୁକ୍ରବାର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସଦର ବ୍ଲକ ଚନ୍ଦନଭାଟି କଲ୍ୟାଣ ମଣ୍ଡପରେ ଓଡିଶା ଜୀବିକା ମିଶନ ଦ୍ୱାରା ଆୟୋଜିତ ଏକ ବୁଣାକାର ସମ୍ମିଳନୀରେ ବୁଣାକାରମାନଙ୍କୁ ପରିଚୟପତ୍ର ଓ ଚେକ୍‌ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ବୟନ ଶିଳ୍ପ ବିଭାଗର ଉପନିର୍ଦ୍ଦେଶକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ବୁଣାକାର କଙ୍ଗାଲୁ ମେହେର, ହାଡୁ ମେହେର, ତୁଳସୀ ପ୍ରସାଦ ମେହେର, ଦୁର୍ବାଦଳ ମେହେର, ଶେଷଦେବ ମେହେର ଓ ପୁରନ୍ଦର ମେହେରଙ୍କୁ ୨୦ହଜାର ଟଙ୍କା ଲେଖାଏଁ ଚେକ୍‌ ପ୍ରଦାନ କରିଥିଲେ ।

ନୂଆ କରି ଗଠିତ ହୋଇଥିବା ହରିଓଁ ବୁଣାକାର ସମବାୟ ସମିତିର ପଞ୍ଜୀକୃତ ୧୯୨ ଜଣ ସଭ୍ୟମାନଙ୍କୁ ଶ୍ରୀ ମିଶ୍ର ପରିଚୟ ପତ୍ର ପ୍ରଦାନ କରିଥିଲେ । ଯାହା ଦ୍ୱାରା କି ଏମାନେ ଏହି ସ୍ମାର୍ଟ ପରିଚୟ ପତ୍ର ମାଧ୍ୟମରେ ବୁଣାକାରମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ନିମନ୍ତେ ଆବେଦନ କରିପାରିବେ । ଅନ୍ୟ ଅଞ୍ଚଳ ଉପରେ ନିର୍ଭର ନକରି ନିଜ ଅଞ୍ଚଳରେ ଉନ୍ନତମାନର କପଡା ତିଆରି କରିପାରିବେ । ନିଜକୁ ସ୍ୱାବଲମ୍ବୀ କରିପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ବୁଣାକାରମାନଙ୍କ ପାଇଁ ବାସଗୃହ, ସୋଲାର ଲାଇଟ ଯେମିତି ପହଞ୍ଚିପାରିବ ସେ ଉପରେ କାମ କରିବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀମାନଙ୍କ ମଧ୍ୟରେ ଟେକ୍ସଟାଇଲ ନିରୀକ୍ଷକ ସୁବ୍ରଜିତ ସାହୁ, ଟେକ୍‌ନିକାଲ ଏସିଷ୍ଟାଣ୍ଟ ଦିଲୀପ ଭୋଇ, ୱେଭିଂ ସୁପରଭାଜର ଜେ.ବି. ବିଶ୍ୱାଳ, ସୁଦର୍ଶନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ହରିଓଁ ବୁଣାକାର ସମବାୟ ସମିତିର ସଂପାଦକ ଦିଗାମ୍ବର ମେହେର ଓ ନରେନ୍ଦ୍ର ମେହେର ପରିଚାଳନା କରିଥିଲେ । ଏହା ପୂର୍ବରୁ ବିଧାୟକ ଶ୍ରୀ ମିଶ୍ର ଚନ୍ଦନଭାଟି ହାଇସ୍କୁଲ ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ଅଭାବ ଅସୁବିଧା ବାବଦରେ ଆଲୋଚନା କରିଥିଲେ ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories