www.samajalive.in
Thursday, December 11, 2025
13.1 C
Bhubaneswar

ଜୀବନ ସହ ଜୁଝୁଛି ରାଜା; ସହାୟତା କରିବାକୁ ସ୍ୱେଚ୍ଛାସେବୀଙ୍କ ନିବେଦନ

ବଲାଙ୍ଗୀର: କରୋନା ସମୟରେ ଅନ୍ୟ ସ୍ୱେଚ୍ଛାସେବୀ ସାଥୀଙ୍କ ସହ ଘରୁ ଗୋଡ କାଢିଥିଲେ ରାଜା ଜାଲ । ବିନାଦ୍ୱିଧାରେ କାମ କରୁଥିଲେ । ଅସହାୟଙ୍କ ପାଇଁ ଆଶା ପାଲଟିଥିଲେ । ଆଉ ଆଜି ଜୀବନ ସହ ରାଜା ଯୁଦ୍ଧ କରୁଛନ୍ତି । ଡାକ୍ତରଖାନା ଶଯ୍ୟାରେ ପଡି ରହିଛନ୍ତି ରାଜା । ଦିନେ କାହା ପାଇଁ ଆଶା ପାଲଟିଥିବା ରାଜା ଆଜି ନିଜେ ସହାୟତା ଅପେକ୍ଷାରେ । ରାଜାଙ୍କ ଚିକିତ୍ସା ପାଇଁ ସାମାଜିକ ଗଣମାଧ୍ୟମ, ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଣ୍ଠି ସଂଗ୍ରହ ଅଭିଯାନ ଚାଲିଛି । ରବିବାର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ଏକତ୍ରିତ ହୋଇ ରାସ୍ତାରେ ଦାନ ମାଗିଛନ୍ତି ।

୨୪ ବର୍ଷୀୟ ରାଜାଙ୍କ ଘର ବଲାଙ୍ଗୀର ଠିକାଦାର ପଡ଼ାରେ । ୨ ଭଉଣୀଙ୍କ ବିବାହ ପରେ ଘରେ ମା’ ବେଲ ଓ ରାଜା । ବଲାଙ୍ଗୀର ସିଭିଲ୍‌ କୋର୍ଟରେ ଠିକାରେ (ଦିନ ମଜୁରୀଆ ଭାବେ ପାଉଣା) କାମ କରନ୍ତି । କରୋନା ସମୟରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ସହ ଯୋଡି ହୋଇ ସେ ଅନେକ ଜନହିତକର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାସ୍ତା ଘାଟରେ ନଖାଇ ବୁଲୁଥିବା ଗାଈଗୋରୁ, କୁକୁରଙ୍କୁ ଖାଇବା ଦେବାକୁ ବି ଅନ୍ୟ ସାଥୀମାନଙ୍କ ସହ ଯାଉଥିଲେ । ତେବେ କିଛି ମାସ ତଳେ ସେ ଅଚାନକ ଅସୁସ୍ଥ ହୋଇଥିଲେ । ଡାକ୍ତରୀ ଚିକିତ୍ସା ଚାଲିଲା । ଘରେ ଥିବା ସଞ୍ଚୟ ସରିଗଲା । ବିଜୁ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ମଧ୍ୟ ତାଙ୍କ ଚିକିତ୍ସା ଟଙ୍କା ଅବଧି ବି ସରିଗଲା । ଅସ୍ଥିମଜ୍ଜା କର୍କଟ(ବୋନମେରୋ କ୍ୟାନସର୍‌)ରେ ପୀଡ଼ିତ ରାଜା କଟକ ଏସ୍‌ସିବିରେ ଭର୍ତ୍ତି ହେଲେ ।

- Advertisement -

ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଚିକିତ୍ସା ପାଇଁ ୨୫ ଲକ୍ଷ ଟଙ୍କା ଆବଶ୍ୟକ । ଏତେ ଟଙ୍କା କେଉଁଠୁ ଆଣିବେ ମା’ବେଲ ? ତାଙ୍କୁ ସହଯୋଗ କରିବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ, ସାମାଜିକ, ବଜାର କମିଟି ଓ ସଂଗଠନ ମାନେ ଆଗେଇ ଆସିଛନ୍ତି । ସାମାଜିକ ଗଣମାଧ୍ୟମ ଜରିଆରେ ରାଜାଙ୍କ ଚିକିତ୍ସା ଲାଗି ସହାୟତା ଭିକ୍ଷା କରୁଛନ୍ତି । ବିଭିନ୍ନ ସହୃଦୟ ବ୍ୟକ୍ତି ବିଶେଷ ସାଧ୍ୟ ଅନୁସାରେ ସହାୟତା ଯୋଗାଉଛନ୍ତି । କିନ୍ତୁ ରାଜାଙ୍କ ଚିକିତ୍ସା ପାଇଁ ଯେତିକି ଟଙ୍କା ଦରକାର ତାହା ହୋଇପାରୁ ନାହିଁ । ତେଣୁ ରବିବାର ଅପରାହ୍ଣରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଏକତ୍ରିତ ହୋଇ ରାଜାଙ୍କ ଚିକିତ୍ସା ପାଇଁ ଦାନ କରିବାକୁ ନିବେଦନ କରିଥିଲେ ।

ଯିଏ ଯେତିକି ପାରିଲା ଦେଲା । କାହାକୁ ଜୋର ଜବରଦସ୍ତ କରାଯାଉ ନଥିଲା । ରାସ୍ତାରେ ଯାଉଥିବା, ସହାୟତା କରିବାକୁ ଇଚ୍ଛୁକ ବ୍ୟକ୍ତି ନିଜ ଇଚ୍ଛାରେ ଦାନ ବାକ୍ସରେ ଟଙ୍କା ଦେଇ ଯାଉଥିଲେ । ତଥାପି ନିଅଣ୍ଟ ପଡୁଛି ଚିକିତ୍ସା ଟଙ୍କା । ତେଣୁ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ, ଉଦ୍ୟୋଗପତିଙ୍କ ସହ ସବୁ ବର୍ଗର ଲୋକେ ରାଜାଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ପକ୍ଷରୁ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳିଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories