ରାସ୍ତା ତଳକୁ ଖସିଲା ଟ୍ରେଲର: ୨କିମି ଯାଏ ଗାଡ଼ି ଜାମ୍

ବଲାଙ୍ଗିର: ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ଏନ୍ଏଚ୍-୨୬ର ବିଜାଖମାନ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଏକ ଲୁହା ପାଉଡ଼ର ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ରାସ୍ତା ତଳକୁ ଅଧା ଖସି ଯାଇଛି। ଟ୍ରେଲରଟି ଅଧା ରାସ୍ତା ଉପରେ ଓ ଅଧା ତଳକୁ ଖସି ରହିବା ଫଳରେ ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଭାରିଯାନ ଅଟକି ରହିଛି। ଯାତାୟତ ବାଧାପ୍ରାପ୍ତ ହୋଇଛି। ଟ୍ରେଲରଟି ବିଶାଖାପାଟଣାରୁ ରାୟଗଡ ଅଭିମୁଖେ ଯାଉଥିଲା।

prayash

ଚାଳକଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ନୋଏଣ୍ଟ୍ରି ଲାଗିଥିବାରୁ ଟ୍ରେଲରଟି ବିଜାଖମାନ ନିକଟ ରାସ୍ତା କଡରେ ଠିଆ ହୋଇଥିଲା। ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିଲେ। ହଠାତ ଟ୍ରେଲରଟି ହଲିବାକୁ ଲାଗିଲା। ଡ୍ରାଇଭର ଗେଟ୍ ଖୋଲି ଦେଖିଲା ବେଳକୁ ତିନିଜଣ ଯୁବକ ଆସି ଠେଲାପେଲା କରୁଥିଲେ। ଭୟଭୀତ ହୋଇ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରିଥିଲେ। ଯୁବକମାନେ ଡ୍ରାଇଭରଙ୍କ ସହ ଟଣା ଓଟରା କରିଥିଲେ। ଗାଡ଼ିର ଗିୟର ଲାଗି ଯାଇଥିଲା। ଡ୍ରାଇଭର ତଳକୁ ଖସି ପଡ଼ିଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଚାଲି ଯାଇଥିଲା। ଅଳ୍ପକେ ବଞ୍ଚି ଯାଇଥିଲେ ଡ୍ରାଇଭର। ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ସ୍ଥିତି ସାମାନ୍ୟ କରିବାକୁ ଉଦ୍ୟମ କରିଥିଲା। ବାଏପାସ୍ ରାସ୍ତା ନଥିବା ଯୋଗୁଁ ସହର ମଧ୍ୟକୁ ନୋ ଏଣ୍ଟ୍ରି ରହୁଛି। ଫଳରେ ଶହ ଶହ ଗାଡ଼ି ରାସ୍ତାକଡ଼ରେ ଛିଡ଼ା ହୋଇ ରହୁଛି। ରାସ୍ତା ଜାମ ହେବା ସହ ଦୁର୍ଘଟଣା ଘଟୁଥିବା କହିଛନ୍ତି ସହରବାସୀ। ଘଟଣାସ୍ଥଳରେ ସୋମବାର ତହସିଲଦାର ଅମୃତ ଲାଲ ବେହେରା ଓ ପୁଲିସ ପହଞ୍ଚି ରାସ୍ତା ଉପରୁ ଗାଡ଼ିକୁ ହଟାଇବାର ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି। ସେହିପରି ଛୋଟ ଛୋଟ ଗାଡିଗୁଡିକୁ ଛଡା ଯାଉଥିବା ବେଳେ ଭାରିଯାନ ଯାତାୟତରେ ସମସ୍ୟା ହୋଇଥିଲା। ଜାତୀୟ ରାଜପଥ-୨୬ର ଉଭୟ ପାର୍ଶ୍ବରେ ୨କିଲୋମିଟର ଯାଏଁ ଗାଡିଗୁଡିକ ଅଟକି ରହିଥିଲା।

kalyan agarbati

Comments are closed.