www.samajalive.in
Thursday, December 11, 2025
14.1 C
Bhubaneswar

ଅଭିଯୁକ୍ତଙ୍କୁ ଘଟଣାର ନାଟ୍ୟାରୁପାନ୍ତର କରାଇ ଜେଲ ପଠାଇଲା ବୋଲଗଡ ପୁଲିସ

ବୋଲଗଡ:ବୋଲଗଡ ଥାନା ପାଟପୁରଶାସନ ପଞ୍ଚାୟତ ଖାରଡପଲ୍ଲୀ ଗ୍ରାମରେ ଗତ ଶନିବାର ରାତ୍ରରେ ନିକଟସ୍ଥ କାଜୁ ଜଙ୍ଗଲରେ ଜଣେ ଯୁବକଙ୍କୁ ହତ୍ୟାକରାଯାଇଥିଲା। ଏହିଘଟଣାରେ ଖାରଡପଲ୍ଲୀ ଗ୍ରାମର ବୀର ବେହେରାଙ୍କ ପୁଅ ସତ୍ୟ ସୁନ୍ଦର ବେହେରା (୨୪)ଙ୍କୁ ସେହି ଗ୍ରାମର ସୁଶାନ୍ତ ପଟ୍ଟନାୟକଙ୍କ ପୁଅ ଚନ୍ଦନ ପଟ୍ଟନାୟକ ଏବଂ ନବକିଶୋର ପ୍ରଧାନଙ୍କ ପୁଅ ମାଧବ ପ୍ରଧାନ(୧୯) ମିଶି ହତ୍ୟା କରିଥିବାର ଅଭିଯୋଗରେ ବୋଲଗଡ ଥାନାରେ ଅଟକ ଥିଲେ। ଘଟଣାର ତଦନ୍ତ ତନାଘନା ତଦନ୍ତ କରାଯିବାରୁ ଦୁଇ ଅଟକ ଯୁବକ ବୁଧବାର ଦିନ ସେମାନେ ହତ୍ୟା କରିଥିବାର ଦୋଷ ସ୍ୱୀକାର କରିଥିଲେ। କୋର୍ଟରେ ଏହାର ପ୍ରମାଣ ଦୃଢ ଭାବେ ଉପସ୍ଥାପନ କରିବା ପାଇଁ ଗୁରୁବାର ସକାଳ ୯ଟାରେ ବୋଲଗଡ ଥାନା ନିରୀକ୍ଷକ ଶେଖ୍ ଆକବର ଅଲ୍ଲୀଙ୍କ ନେତୃତ୍ୱରେ ବାଙ୍କୋଇ ଫାଣ୍ଡି ଅଧିକାରୀ କୁମର ମୁଦୁଲି ଏବଂ ଖୋର୍ଦ୍ଧା ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଭୟ ଅଭିଯୁକ୍ତ ଦ୍ୱୟଙ୍କୁ ସାଙ୍ଗରେ ଧରି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାସହିତ ସେମାନେ ହତ୍ୟାକାଣ୍ଡ କେମିତି ଭିଆଇଥିଲେ ତାହାର ନାଟ୍ୟରୂପାନ୍ତର କରାଯାଇଥିଲା। ହତ୍ୟାକାଣ୍ଡ ଘଟଣା ଦିନ ଉକ୍ତ ଉପରୋକ୍ତ ୩ଜଣ ସାଙ୍ଗ କଳାପଥରରୁ ମଦମଗାଇ ଉକ୍ତ କାଜୁ ଜଙ୍ଗଲରେ ରାତି ୯ଟାରେ ମଦ୍ୟପାନ କରିଥିଲେ। ସେଠାରେ କୈାଣସି କାରଣକୁ ନେଇ ବଚସା ଘଟିବାରୁ ଏକ ଗାମୁଛା ଦ୍ୱାରା ହତ୍ୟାକାଣ୍ଡର ଶୀକାର ହୋଇଥିବା ସତ୍ୟସୁନ୍ଦରକୁ ତଣ୍ଡି ଚିପି ଦେବାରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଉଭୟ ମାନିଯାଇଥିଲେ। ଘଟଣାର ପରଦିନ ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପାଇବା ସହିତ ଭାପୁର କୋଦବେରେଣୀ ବାଇପାସ ରାସ୍ତା ୬ଘଣ୍ଡା ଧରି ଅବରତୋଧ କରାଯାଇଥିଲା। ମଙ୍ଗଳବାରଦିନ ଗ୍ରାମବାସୀମାନେ ବୋଲଗଡ ଥାନା ମଧ୍ୟ ଘେରାଉ କରିଥିଲେ। ଘଟଣା ସମ୍ପର୍କରେ ଦୁଇ ଅଭିଯୁକ୍ତ ଦୋଷମାନିଯିବାଫଳରେ ବୋଲଗଡ ଥାନା କେସ ନଂ ୧୭୪/୨୦ ଦଫା ୩୨୦, ୩୪ ଆଇପିସିରେ ମାମଲା ରୁଜୁ କରି ଅଭିଯୁକ୍ତ ମାଧବ ଏବଂ ଚନ୍ଦନକୁ ଖୋର୍ଦ୍ଧା କୋର୍ଟକୁ ଗୁରୁବାର ପଠାଇଦେଇଛନ୍ତି ସେଠାରେ ଅଭିଯୁକ୍ତ ଦ୍ୱୟଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ଯାଇଥିବା ଜଣାଯାଇଛି। ହତ୍ୟାକାଣ୍ଡର ସ୍ବୀକାର ହୋଇଥିବା ଯୁବକପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ସରକାରୀ ଭାବେ ସାହାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories