www.samajalive.in
Tuesday, December 9, 2025
16.1 C
Bhubaneswar

ଭୋପାଳରେ ଡଙ୍ଗାବୁଡ଼ି ୧୧ ମୃତ, ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ

ଭୋପାଳ: ମଧ୍ୟପ୍ରଦେଶରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଡଙ୍ଗା ବୁଡ଼ି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଭୋପାଳର ଖଟଲାପୁର ଘାଟରେ ଗୁରୁବାର ରାତି ୩ଟାରେ ଏଭଳି ଅଘଟଣ ଘଟିଛି। ନଦୀରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏସଡିଆରଏଫ ଟିମ୍‌ ୭ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ୨ଟି ଡଙ୍ଗାକୁ ଯୋଡ଼ାଯାଇ ସେଥିରେ ଗଣେଶଙ୍କ ମୂର୍ତ୍ତି ବିସର୍ଜନ ପାଇଁ ନିଆଯାଇଥିଲା। ଡଙ୍ଗାରେ ୨୨ରୁ ୨୩ ଜଣ ଯୁବକ ଥିଲେ। ସମସ୍ତଙ୍କ ବୟସ ୨୭/୨୮ ବର୍ଷ ମଧ୍ୟରେ ହେବ। କୌଣସି ଯୁବକ ଲାଇଫ ଜ୍ୟାକେଟ ପିନ୍ଧି ନ ଥିଲେ। ନଦୀରେ ବିସର୍ଜନ ସମୟରେ ଯେତେବେଳେ ଗୋଟିଏ ଡଙ୍ଗା ଓଲଟି ପଡ଼ିଥିଲା ସେତେବେଳେ ସେଥିରେ ଥିବା ଯୁବକମାନେ ଅନ୍ୟ ଡଙ୍ଗାକୁ ଡେଇଁ ପଡ଼ିଥିଲେ। ଫଳରେ ଉକ୍ତ ଡଙ୍ଗା ବି ସନ୍ତୁଳନ ହରାଇ ଓଲଟି ପଡ଼ିଥିଲା। ଖବର ପାଇଁ ପୁଲିସ ଓ ପ୍ରଶାସନ ଏସଡିଆରଏଫ ଟିମ ସହିତ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।

- Advertisement -

ରାଜ୍ୟର ମନ୍ତ୍ରୀ ପି.ସି. ଶର୍ମା କହିଛନ୍ତି, ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଘଟଣା। ଜିଲା ପ୍ରଶାସନ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛି। କିପରି ଏହି ଦୁର୍ଘଟଣା ଘଟିଥିଲା ତାହାର ତଦନ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories