www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତ ସହ ‘ଆକସ୍ମିକ ଯୁଦ୍ଧ’ ହେବାର ସମ୍ଭାବନା ରହିଛି: କୁରେଶୀ

ଇସଲାମାବାଦ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ଭାରତ ବିରୋଧୀ ଆଭିମୁଖ୍ୟ ଦେଖାଇ ବାରମ୍ବାର ଯୁଦ୍ଧ ଧମକ ଦେଉଛି। ପାକିସ୍ତାନ ଭାରତ ବିରୋଧରେ ଆମେରିକା, ଜାତିସଂଘ ଏବଂ ଜାତିସଂଘ ମାନବାଧିକାର ପରିଷଦ ନିକଟରେ ଫେରାର ହୋଇଛି। କିନ୍ତୁ କୌଣସି ସ୍ଥାନରୁ ପାକିସ୍ତାନକୁ ସମର୍ଥନ ମିଳିନାହିଁ। ଗତ ବୁଧବାର ଜାତିସଂଘ ମାନବାଧିକାର ପରିଷଦରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ହେଁ ପାକିସ୍ତାନକୁ ନିରାଶ ହେବାକୁ ପଡ଼ିଥିଲା। ତେବେ ଏହି ଅବସରରେ ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ସିଧାସଳଖ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଜାମ୍ମୁ-କାଶ୍ମୀରରେ ଲାଗି ରହିଥିବା ପରିସ୍ଥିତି ଯୋଗୁ ଦୁଇଦେଶ ମଧ୍ୟରେ ‘ଆକସ୍ମିକ ଯୁଦ୍ଧ’ ହେବାର ସମ୍ଭାବନା ରହିଛି ବୋଲି କୁରେଶୀ ଚେତାବନୀ ଦେଇଛନ୍ତି।

କୁରେଶୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦର ଫଳ କ’ଣ ହେବ ତାହା ଉଭୟ ପାକିସ୍ତାନ ଏବଂ ଭାରତ ଜାଣିଛନ୍ତି। ଯଦି ଏଭଳି ପରିସ୍ଥିତି ଲାଗି ରୁହେ, ତେବେ କିଛି ବି ହେବାର ସମ୍ଭାବନା ରହିଛି। ଏକ ‘ଆକସ୍ମିକ ଯୁଦ୍ଧ’କୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଜାତିସଂଘ ମାନବାଧିକାର ପରିଷଦର ଉଚ୍ଚାୟୁକ୍ତ ମିଶେଲ ବାଚଲେଟ ଜାମ୍ମୁ-କାଶ୍ମୀର ଅଞ୍ଚଳ ଗସ୍ତ କରିବାକୁ ଆଗ୍ରହୀ ଅଛନ୍ତି। ଜାମ୍ମୁ-କାଶ୍ମୀରରେ ଯେଉଁ ପରିସ୍ଥିତି ଲାଗି ରହିଛି ତାହାର ଏକ ଅନ୍ତର୍ଜାତୀୟ ସ୍ତରୀୟ ତଦନ୍ତ କରିବାକୁ କୁରେଶୀ ଦାବି କରିଛନ୍ତି। ସେ ବାଚଲେଟ୍‌ଙ୍କୁ ଏ ସମ୍ପର୍କରେ ଅବଗତ କରିବା ସହିତ ଜାମ୍ମୁ-କାଶ୍ମୀର ଗସ୍ତ କରିବାକୁ କହିଛନ୍ତି। ଉତ୍ତେଜନା ହ୍ରାସ କରିବା ଲାଗି ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇପାରିବା ଭଳି ସ୍ଥିତି ନାହିଁ ବୋଲଇ କୁରେଶୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories