www.samajalive.in
Saturday, December 6, 2025
19.1 C
Bhubaneswar

ଭୁବନେଶ୍ବରରେ କୋଭିଡ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି: ବିଏମ୍‌ସି କମିଶନର

ଭୁବନେଶ୍ବର: ଆଜି ଭୁବନେଶ୍ୱର ମହାନଗର(ବିଏମ୍‌ସି) ଅଞ୍ଚଳରେ କରୋନା ଓ ଦ୍ବିତୀୟ ଲହର ପରିଚାଳନା ସହ କୋଭିଡ୍‌ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକ ଉପରେ ବିଏମ୍‌ସି କମିଶନର ସଞ୍ଜୟ କୁମାର ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅମ୍ଳଜାନ ଯୋଗାଣକୁ ସୁବ୍ୟବସ୍ଥିତ କରାଯାଇଛି ଓ ଫିଲିଂ ପଏଣ୍ଟରୁ କୋଭିଡ୍‌ ହସ୍‌ପିଟାଲଗୁଡ଼ିକୁ ଅମ୍ଳଜାନ ସିଲିଣ୍ଡର ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ପରିବହନ ନିମନ୍ତେ ସ୍ୱତନ୍ତ୍ର ଯାନ ନିୟୋଜିତ କରାଯାଇଛି । ପରୀକ୍ଷଣକୁ ବୃଦ୍ଧି କରାଯାଇଛି ଏବଂ କୋଭିଡ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି ବୋଲି ସେ ପ୍ରକାଶ କରିଛନ୍ତି।
ବିଏମ୍‌ସି କମିଶନର ସଂଜୟ କୁମାର ସିଂହ ସିଂହ କହିଛନ୍ତି ଯେ ଚଳିତ ମଇ ୨୧ ତାରିଖ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୮- ୪୪ ଓ ୪୫ରୁ ଊର୍ଦ୍ଧ୍ୱ ବୟସ ବର୍ଗର ଲୋକମାନଙ୍କୁ ସମୁଦାୟ ୭୨୧୫୯୩ ମାତ୍ରା ଟିକା ପ୍ରଦାନ କରାଯାଇଛି । ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ ଲୋକମାନଙ୍କ ସ୍ଥାନାନ୍ତରଣ ଓ ପରୀକ୍ଷଣ ନିମନ୍ତେ ନେବା ଆଣିବା କରିବାକୁ ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେ ବିଭିନ୍ନ ରେସିଡେଣ୍ଟ େୱଲ୍‌ଫେୟାର ଆସୋସିଏସନ୍‌ଗୁଡ଼ିକୁ ସେମାନଙ୍କ ହାଉସିଂ ସୋସାଇଟିରେ ସାମୂହିକ ଟିକାକରଣ ନିମନ୍ତେ ସେମାନଙ୍କ ଅଞ୍ଚଳର ସଂପୃକ୍ତ ଡେପୁଟି କମିଶନରମାନଙ୍କୁ ଟୋଲ ଫି୍ର ନମ୍ବର ୧୯୨୯ରେ ଯୋଗାଯୋଗ କରିବା ପାଇଁ ନିବେଦନ କରିଛନ୍ତି। ସେ ମଧ୍ୟ ନାଗରିକମାନଙ୍କୁ ଲକ୍‌ଡାଉନ୍‌ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ମାର୍ଗଦର୍ଶିକା ଏବଂ କୋଭିଡ୍‌ ନିୟମର କଠୋର ଅନୁପାଳନ ନିମନ୍ତେ ଅନୁରୋଧ କରିଛନ୍ତି।

- Advertisement -

ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ୧୦୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ କେସ ୧୪୮ ଏବଂ ଲୋକାଲ କଣ୍ଟାକ୍ଟ କେସ ୯୨୮ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମିଶାଇ ବିଏମ୍‌ସି ଅଞ୍ଚଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୭୯୫୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫୪୮୬୯ଜଣ ସୁସ୍ଥ ହୋଇଥିବାବେଳେ ୧୨୭୫୬ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୩୧୦ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ି ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories