www.samajalive.in
Monday, December 8, 2025
13.1 C
Bhubaneswar

ଟିକାକରଣ ପୂର୍ବରୁ ୧୮ ଜଣଙ୍କ ସ୍ୱେଚ୍ଛାକୃତ ରକ୍ତଦାନ

ଫୁଲବାଣୀ: କୋଭିଡ ମହାମାରୀର ସଂକ୍ରମଣ ଭିତରେ ଟିକାକୁ ହିଁ ଅମୋଘ ଅସ୍ତ୍ର ଓ ଏକମାତ୍ର ଆଶାର କିରଣ ଭାବରେ ଗ୍ରହଣ କରାଯାଉଛି। ଜିଲାରେ ଟିକାକରଣ କାର୍ଯ୍ୟକ୍ରମ ଜାରୀ ରହିଥିଲେ ଏହା ବର୍ତ୍ତମାନ କେବଳ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେଉଛି। ସରକାରଙ୍କ ଘୋଷଣା ଅନୁଯାୟୀ ସୋମବାର ଠାରୁ ୧୮ରୁ ୪୪ ବର୍ଷ ବୟସ୍ଖମାନେ ଟିକା ଗ୍ରହଣ କରିବେ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହା କେବଳ ଫୁଲବାଣୀ ପୌରାଂଚଳ ବାସିନ୍ଦାଙ୍କ ପାଇଁ ଉପଲବ୍ଧ କରାଯିବ ବୋଲି କୁହାଯାଇଛି। ପ୍ରଥମ ଦଫାରେ ୪ ହଜାର ବ୍ୟକ୍ତିଙ୍କୁ ଭ୍ୟାକ୍ସିନ ଦିଆଯିବାର ଯେ୍ାଜନା ରହିଛି। ଏଥିପାଇଁ ସହରର ଜିଲା ମୂଖ୍ୟ ଚିକିତ୍ସାଳୟ, ବିଜୁ କଲ୍ୟାଣ ମଣ୍ଡପ ଓ ବିଜୁ ପଟ୍ଟନାୟକ ବୈଷୟିକ ଅନୁଷ୍ଠାନ(ବିପିଆଇଟି)ରେ ତିନିଟି ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଏହି ଟିକାକରଣ ତିନିଦିନ ପାଇଁ ଅର୍ଥାତ ବୁଧବାର ପର୍ଯ୍ୟନ୍ତ ଚାଲିବ। ଇତି ମଧ୍ୟରେ ମାତ୍ର ଗୋଟିଏ ଦିନ ମଧ୍ୟରେ ୪୦୦୦ ଆଶାୟୀ ସେମାନଙ୍କ ନାମ ପଂଜିକରଣ କରିଥିବା ବେଳେ ଏହାକୁ ଦୃଷ୍ଟିରେ ଜିଲାର ଜଣାଶୁଣା ସ୍ୱେଚ୍ଛାସେବୀ ସଂଗଠନ ଆଜି ଗ୍ରହଣ କରିଥିଲା ଏକ ଭିନ୍ନ ପଦକ୍ଷେପ। ଟିମର ସଦସ୍ୟମାନଙ୍କ ମଧ୍ୟରେ ଅନେକ ଦୈନନ୍ଦିନ ରକ୍ତଦାତା ଥିବା ବେଳେ ଟିକା ଗ୍ରହଣ ପରେ କିଛି ସପ୍ତାହ ପାଇଁ ରକ୍ତଦାନ କରିହେବନାହିଁ। ଏହାକୁ ଦୃଷ୍ଟିରେ ରଖି ଟିମର ରକ୍ତଦାତାମାନେ ଏକଜୁଟ୍ ହୋଇ ଆଜି ୧୮ ଜଣ ସଦସ୍ୟ ଓ ସଦସ୍ୟମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି। ରକ୍ତଭଣ୍ଡାରେ ଏହି ରକ୍ତଦାନ କରିଥିବା ବେଳେ ଏହାଦ୍ୱାର କିଛି ରକ୍ତ ଅଭାବି ରୋଗୀଙ୍କ ଜୀବନ ବଞ୍ଚାଯାଇ ପାରିବ ବୋଲି ଆବାହକ ଭି.ଲୋକନାଥ ରାଜୁ ପ୍ରକାଶ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଯେଉଁ ଦିନିଦିନ ଧରି ଏହି ଟିକାକରଣ ହେବ ସେହି ସମୟରେ ଅନ୍ୟ ରକ୍ତଦାନମାନଙ୍କୁ ମଧ୍ୟ ସଚେତନ କରାଯାଇ ରକ୍ତଦାନ ପାଇଁ ମଧ୍ୟ ଅନୁରୋଧ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏଭଳି କାର୍ଯ୍ୟକୁ ସ୍ୱାସ୍ଥ୍ୟ ବିଭାଗ ଓ ସାଧାରଣରେ ବେସ୍ ପ୍ରଶଂସା କରାଯାଇଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories