ଭବାନୀପାଟଣା : କଳାହାଣ୍ଡି ପୋଲିସ ଦ୍ୱାରା ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା ମିଶ୍ରିତ ଡ୍ରଗ୍ସ ଜବତ ଓ ଦୁଇ ଜଣ ଗିରଫ ହୋଇଛନ୍ତି। କଳାହାଣ୍ଡି ଏସ୍ ପି ଡ. ଶ୍ରବଣ ବିବେକ ଏମ୍ ବିଶେଷ ସୂତ୍ରରୁ ଖବର ପାଇଥିଲେ, ସମ୍ବଲପୁରରୁ ଭବାନୀପାଟଣା ଆସୁଥିବା କାରରେ ବହୁ ପରିମାଣର ଡ୍ରଗ୍ସ ଭବାନୀପାଟଣା ଆସୁଛି। ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ସଦର ପୋଲିସ ପାଷ୍ଟିକୁଡି ଛକ ନିକଟରେ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଡ୍ରଗ୍ସ ଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ଉକ୍ତ କାର ଓ ସେଥିରେ ଥିବା ଦୁଇ ଜଣ ଙ୍କୁ ଥାନା କୁ ଆଣି ଜେରା ଚାଲିଛି । ଉକ୍ତ ଗାଡି ରୁ ୩୮.୭୨ ଗ୍ରାମ ମିଶ୍ରିତ ଡ୍ରଗ୍ସ ପୋଲିସ ଜବତ କରିଛି।
Popular Categories


