www.samajalive.in
Monday, December 8, 2025
13.1 C
Bhubaneswar

ପିଆର ହାଇସ୍କୁଲ ଶତବାର୍ଷିକ ମୁଖ୍ୟ ଗେଟ ଉଦ୍‌ଘାଟିତ

ବଲାଙ୍ଗିର : ଶହେ ବର୍ଷ ପୂରଣ କରି ସାରିଥିବା ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ପୃଥ୍ୱୀରାଜ ହାଇସ୍କୁଲର ଶତବାର୍ଷିକୀ ମୁଖ୍ୟ ଗେଟ୍ ଶନିବାର ବଲାଙ୍ଗିର ବିଧାୟକ ତଥା ସ୍କୁଲର ପୁରାତନ ଛାତ୍ର ନରସିଂହ ମିଶ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଛି। ୩୪ଲକ୍ଷ ୪୬ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି। ଏହି ଉଦ୍‌ଘାଟନି ସମାରୋହରେ ପୁରାତନ ଛାତ୍ର ତଥା ସ୍କୁଲ କର୍ମ·ରୀ, ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ସ୍କୁଲର ଆଉ କିପରି ଉନ୍ନତି କରାଯାଇପାରିବ ସେ ଉପରେ ଆଲୋଚନା କରିଥିଲେ। ଆଲୋଚନା ବେଳେ ଆସିଥିବା ବିଭିନ୍ନ ପ୍ରସ୍ତାବକୁ ଶ୍ରୀ ମିଶ୍ର ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଶେଷ କରି ପୂର୍ବରୁ ଥିବା ବିଜ୍ଞାନ ପରୀକ୍ଷାଗାର ତଥା ଷ୍ଟାଫ୍ କ୍ୱାଟର ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ତାହା ପାଇଁ ଏକ ବ୍ୟୟ ଅଟକଳ ଶୀଘ୍ର ପ୍ରସ୍ତୁତ କରିବାକୁ ଉପସ୍ଥିତ ଥିବା ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶ ଓ ସହକାରୀ-ଯନ୍ତ୍ରୀ ଶ୍ରୀ ମହାନନ୍ଦଙ୍କୁ ମୁଖ୍ୟ ଅତିଥି ନିର୍ଦ୍ଦେଶ ଦେଇଥିଲେ। ଏହା ସହ ସ୍କୁଲର ପୁରାତନ କୋଠାର ଏକ ଅବିକଳ ନକଲ ସ୍କୁଲର ପ୍ଲାଟିନିୟମ୍ ଜୁବୁଲ ଗେଟ ନିକଟରେ ନିର୍ମାଣ କରି ସ୍କୁଲଟି କିପରି ବାହାରୁ ସୁନ୍ଦର ଦିଶିବ ସେ ଉପରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ମଧ୍ୟାହ୍ନ ଭୋଜନ ପାଇଁ କୌଣସି ପ୍ରକାର ହଲ୍ କି ରନ୍ଧା ଘରର ବ୍ୟବସ୍ଥା ନଥିବାରୁ ତାହା ଶୀଘ୍ର ନିର୍ମାଣ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠି, ଶିକ୍ଷକ ବିକାଶ ରଂଜନ ସାହୁ, ସଂଜୟ ଶତପଥୀ, ଅମିତ କୁମାର ବାଗ, ରାମ ଗୋପାଳ ଶର୍ମା, ରମାଇ ରଂଜନ ସା, ଚିତ୍ତ ରଂଜନ ଦାଶ, ବିକ୍ରମାନନ୍ଦ ବହିଦାର, ଜଗଦାନନ୍ଦ ଛୁରିଆ, ବ୍ରଜରାଜ ପୁରୋହିତ, ବିରେନ୍ଦ୍ର ବନଛୋର, ଅଶୋକ ମିଶ୍ର, ନୟନ ମହାନ୍ତି, ଅଖିଳ ହୋତା, ବ୍ୟାସଦେବ ନନ୍ଦ,ଅସୀତ ମିଶ୍ର, ଚିଣ୍ଟୁ ପଣ୍ଡା, ଜୟନାରାୟଣ ବହିଦାର, ଅଜୟ ବାଲି, ସାନନ୍ଦ ମିଶ୍ର, ଅନ୍ତ ମଛଖଣ୍ଡ, ଟୁନା ସାହୁ, ଗୋପାଲ ମିଶ୍ର ପ୍ରମୁଖ ସାମିଲ ଥିଲେ। କାର୍ଯ୍ୟକ୍ରମ ଶେଷରେ ସେଠାରେ ଉପସ୍ଥିତ ଥିବା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ମହିଳାମାନେ ତାଙ୍କର ପାଉଣା ବଢେଇବା ପାଇଁ ମୁଖ୍ୟ ଅତିଥିଙ୍କ ଦାବି କରିଥିଲେ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories