www.samajalive.in
Monday, December 8, 2025
16.1 C
Bhubaneswar

ବଲାଙ୍ଗିରରେ ଆଜି ୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; କଣ୍ଟାବାଞ୍ଜି ଓ ବଲାଙ୍ଗିର ସହରରେ ବଢୁଛି ସଂକ୍ରମଣ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ସୋମବାର ୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗିର ସହରରୁ ସୋମବାର ୨୮ ରୋଗୀ ଚିହ୍ନଟ ହୋଇଥିବା ବେଳେ କଣ୍ଟାବାଞ୍ଜିରୁ ଆଜିର ସର୍ବାଧିକ ୩୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ କୋଭିଡ ଯୋଦ୍ଧା ଓ ଜଣେ ସୋନପୁର ଜିଲାର ରୋଗୀ ମଧ୍ୟ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।
ସୂଚନା ଅନୁସାରେ ବଲାଙ୍ଗିର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ସଂଖ୍ୟା ଅତିକ୍ରମ କରିସାରିଛି। ତେବେ ଜିଲାପ୍ରଶାସନ ସୂଚନା ଅନୁସାରେ ସୋମବାର ବଲାଙ୍ଗିର ସହରର ୨୬ ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡିଛି। କ୍ଲବପଡାରୁ ୬ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ରିଜର୍ଭକଲୋନୀରୁ ୩ ଜଣ, କଂସାରୀପଡା ଓ ରାଧାରାଣୀପଡାରୁ ୨ଜଣ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଆନନ୍ଦନଗର, ଡାକ ମୁଖ୍ୟ କାର୍ଯ୍ୟାଳୟ, ସାଗରପଡା, ସଦର ପୁଲିସଷ୍ଟେସନ, ପୁଲିସ କଲୋନୀ, ସୁଦପଡା, ସତ୍ୟନାରାୟଣ ପଡା, ସିଡିଏମଓ କାର୍ଯ୍ୟାଳୟ ପଛପଟ, ଶାନ୍ତିପଡା(ସିଆରପିଏଫ), ଶାନ୍ତିପଡା, ଟିକ୍ରାପଡା, ପେଲେସଲାଇନ, ରିଜର୍ଭ କଲୋନୀ ଓ ଗାନ୍ଧିନଗରପଡାରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ଅନ୍ୟପକ୍ଷରେ କଣ୍ଟାବାଞ୍ଜି ସହରରେ କରୋନା ସଂକ୍ରମଣ ବେଶ ବୃଦ୍ଧି ପାଇଛି। କଣ୍ଟାବାଞ୍ଜି ସହରର ୩୬ ଜଣ ସୋମବାର ସଂକ୍ରମଣର ଶୀକାର ହୋଇଛନ୍ତି। ଆଗଲପୁର ବ୍ଲକ କେନ୍ଦୁମୁଣ୍ଡି, ମୁରଷୁଣରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି। ପୁଇଁନ୍ତଲା ବ୍ଲକ ଲୁକାପଡାରୁ ୨ ଜଣ ଓ ଝାରବଲାଙ୍ଗିରରୁ ଜଣେ ରୋଗୀ କରୋନା ଆକ୍ରାନ୍ତ ହୋଇଛନ୍ତି। ବଲାଙ୍ଗିର ସଦର ବ୍ଲକ ଚନ୍ଦନଭାଟିରୁ ଜଣେ ରୋଗୀ ଚିହ୍ନଟ ହୋଇଥିବା ବେଳେ ତୁରେକେଲା ବ୍ଲକ ବୁରୋମାଲ, ସଇଁନ୍ତଲା ବ୍ଲକ ବଡମାଲ ଓ ଛାନଛଡାରୁ ଜଣେ ଲେଖାଏଁ ରୋଗୀ ସଂକ୍ରମିତ ହୋଇଛନ୍ତି । ସୋମବାର ୭୫ ଜଣ ରୋଗୀଙ୍କ ମଧ୍ୟରେ ଜଣେ କୋଭିଡ ଯୋଦ୍ଧା ସାମିଲ ଥିବା ବେଳେ ଜଣେ ରୋଗୀ ସୋନପୁର ଜିଲାର ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories