www.samajalive.in
Saturday, December 6, 2025
26.1 C
Bhubaneswar

ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା କର୍ମୀଙ୍କ ଧର୍ମ: ଅପରାଜିତାଙ୍କ ଅପରାଜୟ ଭାଷଣ

ଭୁବନେଶ୍ୱର: ଆଇଏଏସ ଚାକରି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପ୍ରାକ୍ତନ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ ବିଜେପି କର୍ମୀଙ୍କୁ ଦଳୀୟ ନୀତି ସମ୍ପର୍କରେ ସୂଚନା ଦେଇ ଆଗାମୀ ଦିନରେ ସେମାନଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଦଳ ମଧ୍ୟରେ ଚାଲିଥିବା ଗୋଷ୍ଠୀ ବିବାଦରେ ସାମିଲ ନହୋଇ କର୍ମୀଙ୍କୁ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ କାର୍ଯ୍ୟ କରିବା ଉପରେ ଶ୍ରୀମତୀ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି। ଦଳୀୟ କର୍ମୀ ସେମାନଙ୍କ ପ୍ରାଥମିକ କର୍ତ୍ତବ୍ୟରୁ ଓହରି ଯାଉଥିବାରୁ ଦଳ ବାରମ୍ଭାର ପରାଜୟର ସମ୍ମୁଖୀନ ହେଉଛି। ଏଥିପାଇଁ କର୍ମୀଙ୍କୁ ଲାଜ ଲାଗିବା ଉଚିତ ବୋଲି ଶ୍ରୀମତି ଷଡ଼ଙ୍ଗୀ ଗୁରୁତ୍ୱାରୋପ କରିଛନ୍ତି।
ଖୋର୍ଦ୍ଧାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ଶ୍ରୀମତି ଷଡ଼ଙ୍ଗୀ ବିଜେପିର କୌଣସି ନେତାଙ୍କ ପାଇଁ କର୍ମୀ ସୀମିତ ନରହି ଦଳୀୟ କାର୍ଯ୍ୟକୁ ପ୍ରାଥମିକତା ଦେବା ଉଚିତ ବୋଲି ଗୁରୁତ୍ୱାରୋପ କରିଛନ୍ତି। ଦଳ କୌଣସି ନେତାଙ୍କ ଅଧୀନରେ ନୁହେଁ ବରଂ ଦଳ ଅଧୀନରେ ନେତା ବୋଲି ଅପରାଜିତା କର୍ମୀଙ୍କୁ ସ୍ପଷ୍ଟ କରିଛନ୍ତି। ଅପରାଜିତାଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିକୁ ବେଶ୍‍ ଉଷ୍ମ କରିଛି ଏଥିରେ ସନ୍ଦେହ ନାହିଁ। ଅନ୍ୟାନ୍ୟ ରାଜନୈତିକ ଦଳ ସମେତ ବିଜେପି ଶିବିରରେ ମଧ୍ୟ ଶ୍ରୀମତି ଷଡ଼ଙ୍ଗୀଙ୍କ ଏଭଳି ଭାଷଣ ବେଶ୍‍ ଚର୍ଚ୍ଚିତ ହେବାରେ ଲାଗିଛି। ରାଜ୍ୟ ବିଜେପିରେ ଚାଲିଥିବା ଗୋଷ୍ଠୀ ବିବାଦ ଅପରାଜିତାଙ୍କ ଆଗମନ ପରେ ଅବସାନ ହେବ ଏଭଳି ଆଶା ରଖିଛି ବିଜେପି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories