www.samajalive.in
Tuesday, December 9, 2025
16.1 C
Bhubaneswar

କଂଗ୍ରେସ ସରକାର କରିଥିଲେ, ମୋଦୀ ବିକ୍ରି କଲେ: ମୋହନ ପ୍ରକାଶ

ଭୁବନେଶ୍ୱ : ରାଷ୍ଟ୍ରୀୟ ସମ୍ପତ୍ତିି ସୃଷ୍ଟି ସର୍ବଦା ଗ୍ରହଣୀୟ କିନ୍ତୁ ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି ସବୁବେଳେ ବର୍ଜନୀୟ। ମୋଦୀ ସରକାରଙ୍କ ମିଛ ବିକ୍ରି ପରେ ଏବେ ଦେଶର ସମ୍ପତ୍ତି ବିକ୍ରି ପର୍ବ ଆରମ୍ଭ ହୋଇଛି। ଦେଶର ବିକାଶ ନାଁରେ ଗୁଡ଼ାଏ ମିଛ କହି ବିଗତ ୭ବର୍ଷ ଭିତରେ ପୁଞ୍ଜିପତିଙ୍କ ହାତରେ ଜାତୀୟ ସମ୍ପତ୍ତି କେନ୍ଦ୍ରର ମୋଦୀ ସରକାର ଶଗମାଛ ଦରରେ ଟେକି ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କଂଗ୍ରେସ ଜାତୀୟ ପ୍ରବକ୍ତା ମୋହନ ପ୍ରକାଶ କହିଛନ୍ତି। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ରାଜ୍ୟ ପ୍ରଭାରୀ ଡ. ଏ ଚେଲ୍ଲାକୁମାର ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୋହନ ପ୍ରକାଶ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଆସେଟ ମନିଟାଇଜେସନ ପାଇପ ଲାଇନ ନାମରେ ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି ପଛରେ ବଡ଼ ମସୁଧା ଛପି ରହିଛି।
ଦୀର୍ଘ ବର୍ଷ ଭିତରେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସମୟରୁ କଂଗ୍ରେସ ସରକାରଙ୍କ ସମୟରେ ଲୋକଙ୍କ କରରେ ସୃଷ୍ଟି ହୋଇଥିବା ରାଷ୍ଟ୍ରୀୟ ସମ୍ପତ୍ତି ଓ ରାଜ୍ୟ ସୃଷ୍ଟି କରିଥିବା ସମ୍ପତ୍ତି ବିକ୍ରି ପାଇଁ ମୋଦୀ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଏହା ବିରୋଧରେ କଂଗ୍ରେସ ଜନ ଆନ୍ଦୋଳନ କରିବ ବୋଲି ମୋହନ କହିଛନ୍ତି। ମୋଦୀଙ୍କ ୭ବର୍ଷ ଶାସନ ସମୟରେ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି। ଦେଶର ୨ ପ୍ରତିଶତ ଲୋକଙ୍କ ଆର୍ଥିକ ଅଭିବୃଦ୍ଧି ହୋଇଥିବାବେଳେ ୯୮ଭାଗ ଲୋକଙ୍କ ଆର୍ଥିକ ଦୁର୍ଗତି ହୋଇଛି। ମୋଦୀ ସରକାରଙ୍କ ସମୟରେ ଦେଶର ୧୫ ଟି ପରିବାର ଧନଶାଳୀ ଭାବେ ପରିଚିତ ହୋଇଛନ୍ତି। ସେହିମାନଙ୍କୁ ଅଧିକ ସମୃଦ୍ଧ କରିବାକୁ ମୋଦୀ ସରକାର ରାଷ୍ଟ୍ରୀୟ ସମ୍ପତ୍ତିକୁ ଲିଜ୍‍ ସୂତ୍ରରେ ଟେକିଦେବାକୁ ବସିଛନ୍ତି। ଏହି କମ୍ପାନୀମାନେ ଯେଉଁ ଇଲେକ୍ଟ୍ରୋରାଲ ବଣ୍ଡ କ୍ରୟ କରିଛନ୍ତି ଏହା କେଉଁ ଦଳକୁ ଯିବ ତାହା ଜଳଜଳ ଦିଶୁଛି। ଏଭଳିକି ପ୍ରତିରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିବା ୪୦ଟି କାରଖାନା ଘରୋଇ କମ୍ପାନୀ ହାତରେ କେନ୍ଦ୍ରର ମୋଦୀ ସରକାର ଟେକି ଦେବାକୁ ବସିଛନ୍ତି।
ଓଡ଼ିଶାର ଗର୍ବ ଓ ଗୌରବ ପାରାଦ୍ୱୀପ ବନ୍ଦର, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଅନେକ ପର୍ଯ୍ୟଟନସ୍ଥଳୀ ଏହି ସମ୍ପତ୍ତି ବିକ୍ରି ପ୍ରକ୍ରିୟାର ଅନ୍ତର୍ଭୁକ୍ତ କରାଯାଇଛି। ଏ ବାବଦରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କା ଆସନ୍ତା ୪ ବର୍ଷରେ ପାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଭାରତୀୟ ରେଳପଥର ୪୦୦ ରେଳ ରହଣିସ୍ଥଳ, ୯୦ ଯାତ୍ରୀବାହୀ ରେଳ, ୧୫ଟି ରେଳ ଷ୍ଟାଡିୟମ, ୭୪୧ କି.ମି. କୋଙ୍କଣ ରେଳପଥ, ୧୪୦୦ କି.ମି. ରେଳ ଟ୍ରାକ୍‌, ୨୬,୭୦୦ କି.ମି ଜାତୀୟ ରାଜମାର୍ଗ (ସଡ଼କପଥ), ୨୫ଟି ବିମାନ ବନ୍ଦର ଏବଂ ତତ୍‍ସଂଲଗ୍ନ ସମ୍ପତ୍ତିକୁ ମୋଦୀ ସରକାର ବିକ୍ରି କରିବାକୁ ଯାଉଛନ୍ତି।
ବିଦ୍ୟୁତ୍‌ ବିତରଣ ପାଇଁ ଥିବା ୨୮୬୦୦ ସର୍କିଟ କି.ମି., ୪୦୦ କେଭି ଏବଂ ତା’ଠାରୁ ଅଧିକ କ୍ଷମତା ଥିବା ପାୱାର ଗ୍ରିଡ, ୧୬୦ଟି କୋଇଲା ଖଣି, ଦୂରସଞ୍ଚାର ବିଭାଗର ୨ଲକ୍ଷ ୮୬ ହଜାର କିଲୋମିଟର ଅପ୍ଟିକାଲ ଫାଇବର, ବିପିସିଏଲ ଓ ଏହା ଅଧୀନରେ ୧୫ ହଜାର ପେଟ୍ରୋଲ ଟାଙ୍କି ରହିଛି। ଜୀବନ ବୀମା(ଏଲଆଇସି)୨୫ ପ୍ରତିଶତ ଅଂଶ,ପଣ୍ୟାଗାର ଇତ୍ୟାଦି କେନ୍ଦ୍ର ସରକାର ବହୁମୂଲ୍ୟ ସମ୍ପତ୍ତିିକୁ ବିକ୍ରି କରିବାକୁ ବସିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସହପ୍ରଭାରୀ ରୁଦ୍ର ରାଜୁ, ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଶରତ ରାଉତ ଓ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥି‌େ‌ଲ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories