www.samajalive.in
Tuesday, December 9, 2025
16.1 C
Bhubaneswar

ଉଚ୍ଚ ବିଦ୍ୟାଳୟରେ ମିଳିବନି ମଧ୍ୟାହ୍ନଭୋଜନ

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ପୂର୍ବଭଳି କେବଳ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ମିିଳିବ। ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ବିଦ୍ୟାର୍ଥୀଙ୍କୁ ମଧ୍ୟାହ୍ନଭୋଜନ ଦେବାକୁ ଯୋଜନା ନଥିବାବେଳେ ଏଭଳି କୌଣସି ନିଷ୍ପତ୍ତି ହୋଇନି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଲାଗି ରହିଥିବା ଚର୍ଚ୍ଚା‌େ‌ର ସତ୍ୟତା ନାହିଁ।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ମଧ୍ୟାହ୍ନଭୋଜନ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବହନ କରୁଛନ୍ତି। ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବିତରଣ ନେଇ କିଛି ଯୋଜନା କରାଯାଇନି। ତେବେ ପୂର୍ବ ନିଷ୍ପତ୍ତି ମୁତାବକ ଯେଉଁ ଜିଲାରେ ଜିଲାପାଳ ଚାହିଁବେ ସେମାନେ ନିଜ ଜିଲାର ନିଜସ୍ବ ପାଣ୍ଠି ଉପଯୋଗ କରି ମଧ୍ୟାହ୍ନଭୋଜନ ଦେଇପାରିବେ ବୋଲି ବିଭାଗ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ଯୋଗୁଁ ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ଥିବାବେଳେ ୧୭ ମାସ ମଧ୍ୟରେ ୩୦ ଜିଲାର ୪୩ ଲକ୍ଷ ହିତାଧିକାରୀଙ୍କୁ ୨ ଲକ୍ଷ ୨୦୭ ମେଟ୍ରିକ୍‌ ଟନ୍‌ ଚାଉଳ ଦିଆଯାଇଛି। ରୋଷେଇ ଖର୍ଚ୍ଚ ବାବଦ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ ୪୩ ଲକ୍ଷ ଛାତ୍ରଛାତ୍ରୀଙ୍କୁ ୯୧୭ କୋଟି ଟଙ୍କା ଦିଆଯାଇଛି। ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ରୋଷେଇ ଖର୍ଚ୍ଚ ବାବଦ ୫ ଟଙ୍କା ୪୨ ପଇସା ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ୮ ଟଙ୍କା ୧୦ ପଇସା ଦିଆଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories