ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବଡ ସଫଳତା ଆଡକୁ ବଢୁଛି ବିଜେପି । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟ ଗଣତି ଅନୁସାରେ ୧୩ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୩, ୫୨୨, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୨୦୨୮୮ ଓ କଂଗ୍ରେସର ଘାସିରାମ ୨୦୧୦୩ ଭୋଟରେ ଆଗୁଆ ରହିଛନ୍ତି ।
କୁହାଯାଉଛି ଯେ ନୂଆପଡାରେ ବିଜେପି ବଡ ସଫଳତା ହାସଲ କରୁଛି । ଏଠାରେ ଜୟ ଢୋଲକିଆ ୪୦ହଜାରରୁ ଅଧିକ ଭୋଟର ଆଗୁଆ ରହିଛନ୍ତି । ବିଜେପିର ଏହି ସଫଳତା ପାଇଁ ପାର୍ଟି ଅଫିସରେ ସେଲିବ୍ରେସନ ଆରମ୍ଭ ହୋଇଛି । ବାଜା, ଢୋଲ ବଜାଇବା ସହ ମିଠା ବାଣ୍ଟି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି କର୍ମୀ ।



