www.samajalive.in
Sunday, December 7, 2025
16.1 C
Bhubaneswar

ଶାବରୀମାଳା ବିବାଦ: ଫଳପ୍ରସୂ ହେଲା ନାହିଁ ସର୍ବଦଳୀୟ ବୈଠକ

ଥିରୁଭାନନ୍ତପୁରମ : ମକରଭିଲାକୁ ତୀର୍ଥଯାତ୍ରା ଲାଗି କେରଳର ପ୍ରାଚୀନ ଶାବରୀମାଳା ମନ୍ଦିର ଶୁକ୍ରବାର ଖୋଲିବାକୁ ଯାଉଥିବା ବେଳେ ଏଠାରେ ସବୁ ବୟସର ମହିଳାଙ୍କ ପ୍ରବେଶ ସମ୍ଭବ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉଦ୍ୟମ ବିଫଳ ହୋଇଛି। ସେ ଗୁରୁବାର ଡକାଇଥିବା ସର୍ବଦଳୀୟ ବୈଠକ ବିଶେଷ ଫଳପ୍ରସୂ ହୋଇପାରି ନାହିଁ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍‍ ଏବଂ ବିଜେପି ଏହି ବୈଠକ ଅଧାରୁ ଉଠି ଚାଲିଯିବା ସହ ଶାବରୀମାଳାକୁ ନେଇ ସମ୍ପ୍ରତି ରାଜ୍ୟରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳଗୁଡିକର ସମସ୍ତ ବିରୋଧ ସତ୍ତ୍ବେ ସବୁ ବୟସର ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଲାଗୁ କରିବା ଆଭିମୁଖ୍ୟରୁ ରାଜ୍ୟ ସରକାର ଓହରିବେ ନାହିଁ ବୋଲି ମୁଖମନ୍ତ୍ରୀ ବିଜୟନ ସ୍ପଷ୍ଟ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପୃଥକ ଦିନରେ ୧୦ରୁ ୫୦ବର୍ଷ ବୟସ୍କ ମହିଳାଙ୍କ ମନ୍ଦିର ଦର୍ଶନ ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ଏହି ଯୋଜନାକୁ ସର୍ବଦଳୀୟ ବୈଠକରେ ସ୍ୱୀକୃତି ମିଳିଛି। ଆମାଗୀ ଦିନରେ ଏହି ଯୋଜନା ବିଷୟରେ ସେ ମନ୍ଦିରର ମୁଖ୍ୟ ପୂଜକ ଏବଂ ପଣ୍ଡଳମ ପ୍ରାସାଦର ସଦସ୍ୟଙ୍କ ସହିତ ଆଲୋଚନା କରି ଏହାକୁ କାର୍ଯ୍ୟକାରୀ କରିବାର ଯଥାସମ୍ଭବ ଉଦ୍ୟମ କରିବେ। ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଶାବରୀମାଳାର ଆରାଧ୍ୟଙ୍କ ଦର୍ଶନ କରିବାକୁ ଚାହୁଁଥିବା ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ମୌଳିକ ଅଧିକାର ଠାରୁ କାହାରି ବିଶ୍ୱାସ ବଡ଼ ହୋଇ ନ ପାରେ। ଆଇନକାନୁନ ବ୍ୟବସ୍ଥାକୁ ଅନୁପାଳନ କରୁଥିବା ଏକ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପାଳନ ଭିନ୍ନ ଅନ୍ୟ ଉପାୟ ନାହିଁ। ଏଣୁ ଏ ଦିଗରେ ସହଯୋଗ କରିବାକୁ ସେ ଭକ୍ତମାନଙ୍କୁ ନିବେଦନ କରିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଜିଦଖୋର ମନୋଭାବ ପୋଷଣ କରିଛନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ରମେଶ ଚେନ୍ନିଥାଲା ଦର୍ଶାଇଛନ୍ତି। ସେ କହିଛନ୍ତି, ସରକାର ବିରୋଧୀ ଦଳର ଦାବି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଏହା ଶ୍ରଦ୍ଧାଳୁମାନଙ୍କ ପ୍ରତି ଏକ ଚ୍ୟାଲେଞ୍ଜ। ଏଭଳି କରିବା ଦ୍ୱାରା ଶାବରୀମାଳାରେ ଶାନ୍ତି ସ୍ଥାପନ କରିବା ନେଇ ମୁଖ୍ୟମନ୍ତ୍ରୀ ଏକ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛନ୍ତି। ଏବେ ଶାବରୀମାଳାରେ ଯାହା ଘଟିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ସେହିଭଳି ବିଜେପିର ବରିଷ୍ଠ ନେତା ଶ୍ରୀଧରନ ପିଲାଇ କହିଛନ୍ତି, ଦଳ ୨ ଘଣ୍ଟା ନଷ୍ଟ କରିଛି। ରାଜ୍ୟସରକାର ଭକ୍ତମାନଙ୍କୁ ପରିହାସ କରି ଶାବରିମାଳାକୁ ଯୁଦ୍ଧକ୍ଷେତ୍ର କରିବାକୁ ଚାହୁଛନ୍ତି। ଏନଡିଏ ଶାବରୀମାଳା ସମ୍ବନ୍ଧୀୟ ବିକ୍ଷୋଭକୁ କେରଳ ବାହାରକୁ ପରିବର୍ଦ୍ଧିତ କରିବ। ଏଥିସହ ଆଗାମୀ ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଦଳ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିବ। ରାଜ୍ୟ ସରକାର ପକ୍ଷପାତିତା କରୁଥିବା ବେଳେ ପୁଲିସ ନିରପେକ୍ଷ ରହି ପରମ୍ପରାର ସୁରକ୍ଷା କରିବା ଦରକାର ବୋଲି ସେ ଦର୍ଶାଇଛନ୍ତି।
ଉଲ୍ଲେଖ ଯେ ଶାବରୀମାଳା ମନ୍ଦିରରେ ପ୍ରଜନନକ୍ଷମ ବୟସର ମହିଳାଙ୍କ ପ୍ରବେଶ ବହୁ ପୁରାତନ କାଳରୁ ନିଷେଧ କରାଯାଇଛି। ମାତ୍ର ଏହି ପରମ୍ପରାର ବିରୋଧ ପୂର୍ବକ ହୋଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଶାବରିମାଳାରେ ସବୁ ବୟସର ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଥିଲେ। ସୁପ୍ରମିକୋର୍ଟଙ୍କ ରାୟକୁ ଶାବରୀମାଳାର ଆରାଧ୍ୟ ଆୟପ୍ପା ଭକ୍ତମାନେ ବିରୋଧ କରିଛନ୍ତି। ଏଥିସହ ରାୟର ସମୀକ୍ଷା ଲାଗି ସୁପ୍ରିମକୋର୍ଟରେ ୪୯ଟି ଆବେଦନ ହୋଇଛି। ଏହା ଉପରେ ଜାନୁଆରୀ ୨୨ରେ ଶୁଣାଣି ହେବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories