ବିଜେପି ପ୍ରତିଷ୍ଠା ଦିବସରେ କହିଲେ ମୋଦୀ, ଦୃଢତାର ସହ ମାନବିକତାର କଥା କହୁଛି ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆଜି ବିଶ୍ୱ ଯେତେବେଳେ ଦୁଇଟି ଭାଗରେ ବିଭକ୍ତ ହୋଇଛି, ସେତେବେଳେ ଭାରତ ମାନବିକତାର କଥା କହୁଛି। ଆଜି ଭାରତୀୟ ଜନତା ପାର୍ଟିର ୪୨ ତମ ପ୍ରତିଷ୍ଠା ଦିବସରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ଆଭାସୀ ଜରିଆରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଆଜି ବିଶ୍ୱ ସାମନାରେ ଏପରି ଏକ ଭାରତ ରହିଛି ଯାହା କୌଣସି ଭୟ ବା ଚାପରେ ନିଜର ସ୍ୱାର୍ଥ ପାଇଁ ଅଟଳ ରହିଥାଏ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ଜାତୀୟ ସ୍ୱାର୍ଥକୁ ସର୍ବୋପରି ମନେ କରି କାର୍ଯ୍ୟ କରୁଛି। ଆଜି ଦେଶ ନିକଟରେ ନିର୍ଣୟ ଶକ୍ତି ଓ ନିଶ୍ଚୟ ଶକ୍ତି ଉଭୟ ରହିଛି। ତେଣୁ ଆଜି ଆମେ ଯେଉଁ ଲକ୍ଷ୍ୟ ସ୍ଥିର କରୁଛୁ, ଆମେ ତାକୁ ପୂରା ମଧ୍ୟ କରୁଛୁ।

ବିରୋଧୀଙ୍କୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ବର୍ଷ ବର୍ଷ ଧରି ଭୋଟ ବ୍ୟାଙ୍କ ରାଜନୀତି କରାଯାଉଥିଲା। କିଛି ଲୋକଙ୍କୁ ପ୍ରତିଶ୍ରୁତି ଦିଅ ଓ ଅଧିକାଂଶ ଲୋକଙ୍କୁ ଦୂରରେ ରଖ ନୀତିରେ କାମ ଚାଲିଥିଲା। ଏହି ଭୋଟ ବ୍ୟାଙ୍କ ରାଜନୀତି କାରଣରୁ ଦେଶରେ ଦୁର୍ନୀତି ଓ ଭେଦଭାବ ଉତ୍ପନ୍ନ ଓ ବିକଶିତ ହୋଇଥିଲା। ଏହି ଭୋଟ ବ୍ୟାଙ୍କ ରାଜନୀତିକୁ ଟକ୍କର ଦେଇ ଦେଶବାସୀଙ୍କୁ ଏହାର କ୍ଷତି ସମ୍ପର୍କରେ ବୁଝାଇବାରେ ବିଜେପି ସଫଳ ହୋଇଛି ବୋଲି ସେ କହିଛନ୍ତି।

Comments are closed.