www.samajalive.in
Friday, December 5, 2025
27.1 C
Bhubaneswar

ବିଜେପି ମହିଳା ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର

କୋଣାର୍କ:  କୋଣାର୍କରେ ବିଜେପି ମହିଳା ମୋର୍ଚ୍ଚାର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଶନିବାର ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଯାଇଛି। ଏଥିରେ ନିମାପଡା ନର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ପ୍ରାୟ ଶତାଧିକ ମହିଳା ଯୋଗ ଦେଇଥିଲେ। ଅପରାହ୍ନରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁରମା ପାଢୀ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସଂପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, କାର୍ଯ୍ୟାଳୟ ସଂପାଦକ ଭୁବନାନନ୍ଦ ତ୍ରୀପାଠୀ, ରାଜ୍ୟ ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ, ସ୍ମୁତି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ମୋଦୀଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା, ମହିଳାବର୍ଗଙ୍କୁ ମୁଖ୍ୟଧାରାରେ ଆଣିବା, ସୁକନ୍ୟ ସମୃଧି ଯୋଜନା, ବେଟୀ ବଚାଉ ବେଟୀ ପଢାଓ ଯୋଜନା, ବିଭିନ୍ନ ସୁରକ୍ଷା ବୀମା ଯୋଜନା, ସୈାଭାଗ୍ୟ ଯୋଜନା ମାଧ୍ୟମରେ ସମସ୍ତ ଘରକୁ ମାଗଣା ବିଜୁଳି ଯୋଗାଣ, ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷା ଯୋଜନା ଆଦି ବିଭିନ୍ନ ଯୋଜନା ମହିଳାଙ୍କ ସମ୍ମାନକୁ ବହୁଗୁଣିତ କରିଥିବା ମତପ୍ରକାଶ ପାଇଥିଲା। ମହିଳାଙ୍କ ବୁଥ ରଚନା ଓ ଭୋଟ ପ୍ରବଂଧନ, ମହିଳାଙ୍କ ଅଧିକାର, ଆଇନଗତ ଦିଗ, ମୋଦୀଙ୍କ ସ୍କୁଲ ସମୟର ଚଳଚ୍ଚିତ୍ର ଚଲୋ ଜିତେ ହେଁ ପ୍ରଦର୍ଶିତ ହୋଇଥିଲା। ଶିବିରକୁ ମଣ୍ଡଳ ସଭାପତି ସୁରେନ ପାଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଜସ୍ମିତା ନାୟକ, ଉପସଭାପତି ମଂଗରାଜ ମୁଦୁଲି, ସାଧାରଣ ସଂପାଦକ ଗୋପୀନାଥ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories