www.samajalive.in
Tuesday, December 9, 2025
16.1 C
Bhubaneswar

ମୋହନାରେ ବିଜେଡିର ମହିଳା ସମାବେଶ

ମୋହନା : ମୋହନା ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ମହିଳା ସମ୍ମିଳନୀ ମୋହନା ଠାରେ ଅନୁଷ୍ଠିତ ହୋଇଯାଇଛି। ମୋହନା ହାଇସ୍କୁଲ ଠାରୁ ଦିନ ପ୍ରାୟ ୧୧ଟା ସମୟରେ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ, ନୁଆଗଡ, ଆର.ଉଦୟଗିରି ଓ ମୋହନା ପଞ୍ଚାୟତର ବିଭିନ୍ନ ଅଞ୍ଚଳରୁ ସହ ସହ ମହିଳାକର୍ମୀ ଯୋଗ ଦେଇଥିଲେ। ଏପରିକି ଏହି ମହିଳା ସମ୍ମିଳନୀରେ ବିଡିଓ, ଅଙ୍ଗନବାଡି କର୍ମୀ, ସୁପରଭାଇଜର ଯୋଗ ଦେଇଥିବାରୁ କଂଗ୍ରେସ ଓ ବିଜେପୀ କର୍ମୀ ଏହା ରାଜ୍ୟ ସରକାରଙ୍କ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ସମାବେଶ ବୋଲି କହିଥିଲେ। ଏହି ସମାବେଶରେ ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ବ୍ଲକ ଅଧ୍ୟକ୍ଷା ସୁଖୀ ଶବର, ଉପଧକ୍ଷା ବାଲମିନା ଅଧିକାରୀ, ରା.ଉଦୟଗିରି ବ୍ଳକ ଅଧ୍ୟକ୍ଷା ଅମିତା ମଣ୍ଡଳ, ଚନ୍ଦ୍ରଗିରି ସରପଂଚ ନର୍ମଦା ଦଳାଇ, ବିଡିଓ ବଂଶିଧର ଖୋସଲା,ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟା ସ୍ନିଗ୍ଧାରାଣୀ ରଣସିଂ ଆଦି ବହୁ ସ୍ୱୟଂ ସହାୟିକା ଦଳ ଅଙ୍ଗନବାଡି କର୍ମୀ, ବିଭିନ୍ନ ପଂଚାୟତର ମହିଳା ଗୋଷ୍ଠୀ ଯୋଗ ଦେଇଥିଲେ। ଏହି ସମାବେଶରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ମହିଳା କର୍ମୀ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories