www.samajalive.in
Monday, December 8, 2025
20.1 C
Bhubaneswar

ନଦୀ ବନ୍ଧ ନିର୍ମାଣ ପାଇଁ ଦାନ ସଂଗ୍ରହ କରିବେ ଇମ୍ରାନ

ଇସଲାମାବାଦ : ଦେଶରେ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରବାସୀ ପାକିସ୍ତାନୀଙ୍କଠାରୁ ଦାନ ସଂଗ୍ରହ ଅଭିଯାନ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ। ପ୍ରତ୍ୟେକ ପ୍ରବାସୀ ପାକିସ୍ତାନୀ ୧୦୦୦ ଡଲାର ଲେଖାଏଁ ଦାନ କଲେ ଯଥେଷ୍ଟ ଅର୍ଥ ସଂଗ୍ରହ ହେବ। ନଦୀବନ୍ଧ ନିର୍ମାଣ ପାଇଁ ସରକାର ୧୪ବିଲିୟନ ଡଲାର ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି। ଏହା ଦ୍ୱାରା ଦେଶର ଜଳ ସମସ୍ୟା ସମାଧାନ ହୋଇପାରିବ ବୋଲି ଇମ୍ରାନ ଆଶା ବ୍ୟକ୍ତ କରିଛନ୍ତି। ଏହି ପରିମାଣ ଅର୍ଥ ଯଥେଷ୍ଟ ନହେଲେ ମଧ୍ୟ ଲୋକଙ୍କ ମଧ୍ୟରେ ଏଥିନେଇ ଆଗ୍ରହ ପ୍ରକାଶ ପାଇଛି। ଅଭିଯାନ ସଫଳ ହେଲେ ଏହା ହେବ ଦେଶର ସର୍ବବୃହତ୍‍ ସର୍ବସାଧାରଣ ଅର୍ଥ ସଂଗ୍ରହ କାର୍ଯ୍ୟକ୍ରମ।
ସୂଚନାନୁଯାୟୀ, ଦେଶରେ ସଂଖ୍ୟାଧିକ ନଦୀ ଓ ବରଫାବୃତ୍‍ତ ଅଞ୍ଚଳ ରହିଥିଲେ ମଧ୍ୟ ମାତ୍ର ଦୁଇଟି ନଦୀବନ୍ଧ ରହିଛି। ଏଥିରେ ସଂରକ୍ଷିତ ଜଳ ମାତ୍ର ୩୨ଦିନ ଦେଶକୁ ଜଳ ଯୋଗାଇପାରିବାର କ୍ଷମତା ରଖିଛି। ବର୍ତ୍ତମାନର ପରିସ୍ଥିତି ଜାରି ରହିଲେ ୨୦୨୫ସୁଦ୍ଧା ଦେଶରେ ଜଳ ସଂକଟ ଭୟଙ୍କର ରୂପ ନେବ। ଏହାର ମୁକାବିଲା ପାଇଁ ସରକାର ଅଧିକ ନଦୀ ବନ୍ଧ ନିର୍ମାଣ ଯୋଜନା କରୁଛନ୍ତି। ବିଶେଷ ଭାବେ ଉତ୍ତର-ପଶ୍ଚିମ ଭାଗରେ ଥିବାେ ମହମ୍ମଦ ଡ୍ୟାମ୍‍ ଓ ଉତ୍ତରରେ ଅବସ୍ଥିତ ବୃହତ୍ତମ ଦିଆମେର-ବାଶା ପ୍ରକଳ୍ପର କ୍ଷମତା ବୃଦ୍ଧି ଯୋଜନା ଚଳାଇଛନ୍ତି ସରକାର। ଲୋକଙ୍କ ଦାନ ଅର୍ଥରୁ କାଣିଚାଏ ଅପବ୍ୟୟ ହେବ ନାହିଁ; ସରକାର ଏହାର ଯତ୍ନ ନେବେ ବୋଲି ଇମ୍ରାନ ପ୍ରତିଶ୍ରୁତି ଦେଇଛନ୍ତି। ତିନି ଶହ ନିୟୁତ ଡଲାର ଦାନ ସଂଗ୍ରହ ମାଧ୍ୟମରେ ଇମ୍ରାନ ଦେଶର ଏକମାତ୍ର ତଥା ଅତ୍ୟାଧୁନିକ କର୍କଟ ଚିକିତ୍ସା କେନ୍ଦ୍ର ଓ ଅନ୍ୟ ଏକ ବୃହତ୍‍ ଡାକ୍ତରଖାନା ପ୍ରତିଷ୍ଠାରେ ସଫଳ ହୋଇଥିବାରୁ ତାଙ୍କ ଉପରେ ଲୋକଙ୍କ ଭରସା ରହିଛି। ଦେଶର ମୁଖ୍ୟ ବିଚାରପତିଙ୍କ ଅନୁରୋଧକ୍ରମେ ଜଣେ ଆଇନଜୀବୀ ୮ହଜାର ଡଲାର ଦାନ କରିଥିବା ପ୍ରକାଶ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories