www.samajalive.in
Monday, December 8, 2025
13.1 C
Bhubaneswar

ରନ୍ଧନ ଗ୍ୟାସ, ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ବିଜେଡିର ରଣହୁଙ୍କାର; ଶୋଭାଯାତ୍ରା ସହ ବିକ୍ଷୋଭ

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ବିଜୁ ମହିଳା ସଂଗଠନ ପକ୍ଷରୁ କେନ୍ଦ୍ର ସକାରଙ୍କ ଦରବୃଦ୍ଧିକୁ ନେଇ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ଆର୍ ଏମ୍ ସି କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଅତାବିରା ବସଷ୍ଟାଣ୍ଡ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କେନ୍ଦ୍ର ସରକାରଙ୍କ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ବାରମ୍ବାର ଦର ବୃଦ୍ଧି ଯୋଗୁଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ଉଜ୍ବଳା ଯୋଜନା ନାମରେ ମାଗଣାରେ ରନ୍ଧନ ଗ୍ୟାସ ଦିଆଯିବ ବୋଲି ପ୍ରଲୋଭନ ଦେଖାଇ ଏବେ ଦରବୃଦ୍ଧିରେ ଗ୍ୟାସ କିଣିବାକୁ ପଡୁଛି ସେମାନଙ୍କୁ, ଯାହା ଫଳରେ ଏତେ ଟଙ୍କାରେ ସେମାନେ ଗ୍ୟାସ କିଣି ପାରୁ ନାହାଁନ୍ତି। ଫଳରେ ପୁଣି ସେମାନେ କାଠ ଚୁଲା ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି। ଛାତ୍ର, ଯୁବ ଓ ବିଜେଡ଼ି ମହିଳା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ରାଜ୍ୟ ବିଜେଡ଼ି ସଭାନେତ୍ରୀ ତଥା ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପୌରୋହିତ୍ୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରଦିବାଦ ସଭା ଅନୁଷ୍ଠିତ ହୋଇଥିଲା । ଗ୍ୟାସ ନ ମିଳିବାରୁ ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ମାଗଣା ଦେଇଥିବା ଉଜ୍ୱଳା ଯୋଜନା କାର୍ଡଗୁଡ଼ିକ ଫାଡିଦେଇ ପୋଡ଼ି ଦେଇ ପ୍ରତିବାଦ କରିଥିଲେ। ମାଗଣାରେ ଗ୍ୟାସ ଦେବା କଥା କହି ସରକାର କେବଳ ଡିଣ୍ଡିମ ବାଡେଉଛନ୍ତି, ପ୍ରକୃତରେ କିନ୍ତୁ ସବୁ ମିଛ। ପଇସା ନ ହେଲେ ଗ୍ୟାସ ମିଳୁନାହିଁ।ବର୍ତ୍ତମାନ ସିଲିଣ୍ଡର ପିଛା ୪୧୪ ଟଙ୍କାରୁ ୯୬୩ ଟଙ୍କାକୁ ବୃଦ୍ଧି ପାଇଲାଣି। ତଥାପି କେନ୍ଦ୍ରସରକାର ନୀରବ ଦ୍ରଷ୍ଟା ସାଜି ଗରିବଙ୍କ ମଜା ଦେଖୁଛନ୍ତି ବୋଲି କହି ମହିଳାମାନେ ପ୍ରତିବାଦ କରିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories