www.samajalive.in
Saturday, December 6, 2025
26.1 C
Bhubaneswar

ଜୋର ଧରିଲା ଚାଉଳ ରାଜନୀତି; ବିକ୍ଷୋଭ ପ୍ରଦର୍ଶନ ସହ ବିଜେଡିର ଦାବିପତ୍ର ପ୍ରଦାନ

କଲମପୁର : ଆରମ୍ଭ ହେଇଯାଇଛି ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୀତି। କେଉଁ ଦଳ କେଉଁ ଅସ୍ତ୍ର ଧରି ରାଜନୀତି ମଇଦାନକୁ ଓହ୍ଲାଇବେ ପ୍ରତିପକ୍ଷଙ୍କୁ ପ୍ରତିହତ କରିବା ପାଇଁ ସେନେଇ ଚାଲିଛି ପ୍ରସ୍ତୁତି। ନିକଟରେ ପ୍ରକାଶିତ ହୋଇଥିବା ଗ୍ରାମାଞ୍ଚଳ ଆବାସ ଯୋଜନାର ହିତାଧିକାରୀ ତାଲିକାକୁ ନେଇ ବିଜେପି ନିଜର ରାଜନୈତିକ ଯୁଦ୍ଧ ଆରମ୍ଭ କରିଥିଲା। ଏହାସହ ଚାଉଳ ରାଜନୀତିକୁ ସରଗରମ କରିବା ପାଇଁ ପ୍ରୟାସ କରି ରାଜ୍ୟ ସରକାରଙ୍କୁ ସର୍ବ ସାଧାରଣରେ ସମାଲୋଚିତ କରିବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ନିଜ ଜାଲରେ ଏବେ ଛନ୍ଦି ହେଇଯାଇଛି ବିଜେପି। କେନ୍ଦ୍ର ସରକାର କୋଭିଡ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ମାସିକ ୧୦ କେଜି ଚାଉଳ ଦେବାର ବ୍ୟବସ୍ଥା କରିଥିଲେ। କିନ୍ତୁ ବର୍ତ୍ତମାନ ଏହି ୧୦ କେଜି ଚାଉଳରୁ ୫ କେଜି କାଟି ୫ କେଜି ଦେଉଥିବାରୁ ବିଜେଡି ଏହାକୁ ଅସ୍ତ୍ର କରି ଏବେ ଜନସାଧାରଣଙ୍କ ନିକଟକୁ ଯାଇ ପଞ୍ଚାୟତସ୍ତରରେ ଆନ୍ଦୋଳନ ଆରମ୍ଭ କରିଛି। ଏହାସହ ଧାନ କ୍ରୟ ପାଇଁ ବଜେଟରେ ପୂର୍ବ ବର୍ଷମାନଙ୍କ ଅପେକ୍ଷା ଆଗାମୀ ବର୍ଷ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦରେ କମ୍‌‌ କରିଥିବାରୁ ଏହାର ପ୍ରଭାବ ସିଧାସଳଖ ଗରିବଙ୍କ ଭାତ ହାଣ୍ଡିରେ ପ୍ରଭାବିତ ହେବା ସହ ଚାଷୀ ଅଧିକ ଶୋଷିତ ହେବେ। ତେଣୁ କେନ୍ଦ୍ର ସରକାରଙ୍କ ଏହି ଗରିବ ଏବଂ ଚାଷୀ ମାରଣ ନୀତିକୁ ବିଜେଡି ସମାଲୋଚନା କରିଛି।

ରାଜ୍ୟ ସଂଗଠନର ନିର୍ଦ୍ଦେଶକ୍ରମେ ବୁଧବାର କଲମପୁର ବିଜୁ ଜନତା ଦଳ ବ୍ଲକ ସଭାପତି ନବୀନ କୁମାର ପଣ୍ଡାଙ୍କ ନେତୃତ୍ୱରେ ଜିଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ଯୁବ ନେତା ମନୋଜ କୁମାର ନାଏକ, ମନୋରଞ୍ଜନ ମୁଣ୍ଡ, ଛାତ୍ର ନେତା ମିଲିନ ପାତ୍ର, ସଂଖ୍ୟା ଲଘୁ ସେଲ ନେତା ଅମିର ଅଲ୍ଲୀ, ନାରୀ ନେତ୍ରୀ ମଧୁ ଛନ୍ଦା ଭଞ୍ଜ, ବରିଷ୍ଟ ନେତା ଚନ୍ଦ୍ର ମଣି ନିଆଲ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରମୋଦ କୁମାର ନିମୁଲିଆ କିଶୋର ହଂସ, ରାଧା ମୋହନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ କଲମପୁର ବ୍ଲକର ୧୧ ଗୋଟି ପଂଚାୟତ ସମ୍ମୁଖରେ ବିଜୁ ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଗରିବା ଓ ଚାଷୀ ମାରଣ ନୀତିକୁ ପ୍ରତ୍ୟାହାର କରିବା ପାଇଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଦେପୁର ସରପଞ୍ଚ ଟ୍ୱିଙ୍କଲ ପାତ୍ର, ପଣ୍ଡିଗାଁ ସରପଞ୍ଚ କବିତା ଜୈନ, ନୁଆଗାଁ ସରପଞ୍ଚ ସୁଶାନ୍ତ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories