www.samajalive.in
Sunday, December 7, 2025
26.1 C
Bhubaneswar

ବାହାରିଲା ବିଶ୍ବନାଥପୁର ସରପଞ୍ଚ ଉପନିର୍ବାଚନ ଫଳାଫଳ, ବିଜେପି ଗଡ଼ରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ

ଗୋପାଳପୁର: ରଙ୍ଗେଈଲୁଣ୍ଡା ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ପଞ୍ଚାୟତରେ ଅନୁଷ୍ଠିତ ସରପଞ୍ଚ ପଦବୀ ନିମନ୍ତେ ଉପ ନିର୍ବାଚନରେ ବିଜେପି ଗଡ଼ରେ ବିଜେଡି ସମର୍ଥିତ ପ୍ରାର୍ଥୀ ବାସନ୍ତୀ ଦାସ ବିଜୟୀ ହେବା ସହ ବାଜି ମାରି ନେଇଛନ୍ତି।
ଭୋଟ ଗଣତି ଫଳାଫଳ ଅନୁସାରେ ବିଜେଡି ସମର୍ଥିତ ପାର୍ଥିନୀ ବାସନ୍ତୀ ଦାସ ୨୧୦୬ ଭୋଟ ପାଇଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଶିଳ୍ପା ସେଠୀ ୯୬୦ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥିନୀ ବାସନ୍ତୀ ଦାସ, ଶିଳ୍ପା ସେଠୀଙ୍କ ଠାରୁ ୧୧୪୬ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।
ବିଜେପିର ଗଡ଼ ଭାବେ ପରିଚିତ ରହିଥିବା ୫୩ ଜୋନ ଜିଲା ପରିଷଦ ଜୋନ ଅନ୍ତର୍ଗତ ଏହି ପଞ୍ଚାୟତରେ ବିଜେଡି ବିଜୟୀ ହୋଇଥିବାରୁ ଗୋପାଳପୁର ବିଜେଡି ଦଳ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ପଞ୍ଚାୟତର ୧୧ଟି ଗ୍ରାମର ମୋଟ ୫ହଜାର ୬୧୨ ଭୋଟର ଥିବା ବେଳେ ଫେବୃଆରୀ ୧୧ ତାରିଖରେ ଏଠାରେ ଥିବା ୧୩ଟି ବୁଥରେ ମତଦାନ ହୋଇଥିଲା। ଏହି ଉପନିର୍ବାଚନରେ ମୋଟ ୩ହଜାର ୧୬୦ଜଣ ଭୋଟର ମତଦାନ କରିଥିଲେ। ଶୁକ୍ରବାର ବ୍ଳକ କାର୍ୟ୍ୟାଳୟରେ ସରପଞ୍ଚ ଉପନିର୍ବାଚନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ସରପଞ୍ଚ ଭାବେ ବାସନ୍ତୀ ଦାସ ବିଜୟୀ ହୋଇଛନ୍ତି ବୋଲି ପ୍ରକାଶ କରାଯାଇଥିଲା।

 

- Advertisement -

ସୂଚନାଯୋଗ୍ୟ ଯେ ଏହା ମଧ୍ୟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟାଟା ମୋଟର୍ସରେ ଚାକିରୀ ଦେବା ନାମରେ ଠକେଇ ଅଭିଯୋଗରେ ଜେଲରେ ଥିବାବେଳେ ବିନା ବିଧାୟକରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡିର ନେତାମାନେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରିଥିଲେ। ବିଜେଡି ଜିଲା ସଭାପତି ଡ.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ, ପୂର୍ବତନ ବ୍ଲକ ବିଜେଡି ସଭାପତି ସିଏଚ ଭରତ, ନରେନ୍ଦ୍ର ଦଳାଇ, ଦୁଇ ଜିଲା ପରିଷଦ ସଭ୍ୟ ଶଶୀଭୂଷଣ ମହାନ୍ତି ଓ ମଞ୍ଜୁଶ୍ରୀ ଦଳାଇଙ୍କ ସମେତ ନେତାମାନେ ବିଶ୍ୱନାଥପୁର ପଞ୍ଚାୟତରେ ଡେରା ପକାଇ ଭାଜାପା ଗଡ଼ରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ୨୦୧୭ ନିର୍ବାଚନରେ ଏଠାରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଶିବ ସେଠି ବିଜୟୀ ହୋଇଥିଲେ ମଧ୍ୟ କାଳକ୍ରମେ ବିଜେଡିକୁ ସମର୍ଥନ କରି ବିଜେଡି ଦଳ ରେ ଯୋଗ ଦେଇଥିଲେ। କିନ୍ତୁ ତାଙ୍କ ବିରୁଦ୍ଧରେ ଅନାସ୍ଥାପ୍ରସ୍ତାବ ଅଣାଯିବା ଫଳରେ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା। ଅନ୍ୟପଟେ ବିଜେପିର ଏହା ଗଡ଼ ହୋଇଥିଲେ ମଧ୍ୟ ଏଠାରେ ଥିବା ଦଳର ତୁଙ୍ଗ ନେତାମାନଙ୍କ ନିଜର ସମର୍ଥିତ ପ୍ରାର୍ଥୀ ଶିଳ୍ପାଙ୍କ ନିମନ୍ତେ ପ୍ରଚାର ନିିମନ୍ତେ ସାମିଲ ନରହିବାରୁ ଦଳ ଏହି ଆସନକୁ ହାତଛଡ଼ା କରିଥିବା ଆଲୋଚନା ଜୋର ଧରିଛିି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories