www.samajalive.in
Saturday, December 6, 2025
26.1 C
Bhubaneswar

ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃତ୍ତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତ ଢ଼ିପା ସାହିଠାରେ ଥିବା ସ୍ଵାଧୀନତା ସଂଗ୍ରାମୀ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାପଡିଛି । ଏ ନେଇ କେନ୍ଦୁଜିଆଣି ଠାରେ ଥିବା ବିର୍ସା ମୁଣ୍ଡା ଯୁବକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲେ ମଧ୍ୟ ଏଯାବତ ଦୁର୍ବୃତ୍ତଙ୍କ ପତ୍ତା ମିଳିନାହିଁ । ସଂଘ ପକ୍ଷରୁ ଏ ନେଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।

ପ୍ରକାଶ ଯେ, ୩ ବର୍ଷ ପୂର୍ବରୁ ଢ଼ିପା ସାହି ଠାରେ ବିର୍ସା ମୁଣ୍ଡାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ବିର୍ସା ମୁଣ୍ଡ ଜୟନ୍ତୀ ପୂର୍ବରୁ ପ୍ରତିମୂର୍ତ୍ତି ସ୍ଥଳକୁ ଯୁବକ ସଂଘ ପକ୍ଷରୁ ସଫା କରାଯାଇ ଚଳିତ ବର୍ଷ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ହୋଇଥିଲା। ୨ ମାସ ପରେ ଗତ ୧୦ ତାରିଖ ସକାଳେ କେହି ଦୁର୍ବୃତ୍ତ ପ୍ରତିମୂର୍ତ୍ତିକୁ ଭାଙ୍ଗି ତଳେ ପକାଇ ଦେଇଥିଲେ। ପ୍ରତିମୂର୍ତ୍ତି ଭଙ୍ଗା ପରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କରୁଥିବା ଆଦିବାସୀ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା ଦୁର୍ବୃତ୍ତ ସଠିକ ଚିହ୍ନଟ ହୋଇନଥିବା ବେଳେ ପ୍ରତିମୂର୍ତ୍ତିଟି ଜଙ୍ଗଲ ନିକଟ ଅଞ୍ଚଳରେ ଥିବାରୁ କମିଟିର ସଦସ୍ୟମାନେ ବନ ବିଭାଗର ଜଣେ କର୍ମଚାରୀଙ୍କୁ ସନ୍ଦେହରେ ଦାୟୀ କରିଛନ୍ତି। ଏହି ଘଟଣା ପରେ ଶୁକ୍ରବାର ଦିନ ଆଦିବାସୀମାନଙ୍କ ଏକ ପ୍ରତିନିଧି ଦଳ ଭଙ୍ଗା ଯାଇଥିବା ପ୍ରତିମୂର୍ତ୍ତି ସ୍ଥଳକୁ ଯାଇ ବୁଲି ଦେଖିଥିଲେ। ଏଥିରେ ଜିଲ୍ଲା ପରିଷଦ ସଦସ୍ୟ ସମାଇଁ ପୂର୍ତ୍ତି, ଆଡଭୋକେଟ ଗଣେଶ ଗାଗରାଇ, ସରପଞ୍ଚ ବାବୁଲି ହେମ୍ବ୍ରମ, ରାମଚନ୍ଦ୍ର ବଦରା, ବଗୁନ ଶୁଣ୍ଢି, ଗୌରାଙ୍ଗ ପ୍ରିସ ବାନ୍ଦିଆ, ମାଣିକ ରାମ କେରାଇ ପ୍ରମୁଖ ସାମିଲ ଥିଲେ। ଏହି ଘଟଣା ପରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କମିଟି ସଦସ୍ୟମାନଙ୍କ ନିକଟରେ ଚାପା ଉତ୍ତେଜନା ଦେଖାଦେଇଛି। ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ଜଡିତ ଥିବା ଦୁର୍ବୃତ୍ତକୁ ଧରି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ସଦସ୍ୟମାନେ ଦାବୀ କରିଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories