‘ବିର୍ସା ମୁଣ୍ଡା – ଜନଜାତୀୟ ନାୟକ’ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଳାସପୁରସ୍ଥିତ ଗୁରୁ ଘାସିଦାସ ବିଶ୍ୱବିିଦ୍ୟାଳୟର କୁଳପତି ପ୍ରଫେସର ଆଲୋକ ଚକ୍ରବାଲଙ୍କ ଲିଖିତ ପୁସ୍ତକ ‘ବିର୍ସା ମୁଣ୍ଡା – ଜନଜାତୀୟ ନାୟକ’ର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଉପସ୍ଥିତ ଥିଲେ।

ଏହି ଅବସରରେ ତାଙ୍କ ଅଭିଭାଷଣରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଏହି ପୁସ୍ତକ ଭଗବାନ ବିର୍ସା ମୁଣ୍ଡାଙ୍କର ସଂଘର୍ଷ ଏବଂ ସ୍ୱତନ୍ତ୍ରତା ଆନ୍ଦୋଳନରେ ବନବାସୀମାନଙ୍କର ଯୋଗଦାନକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ଏକ ବ୍ୟାପକ ପ୍ରୟାସ ଅଟେ। ସେ ଆଜାଦୀର ଅମୃତ ମହୋତ୍ସବ ଅବସରରେ ରାଷ୍ଟ୍ରୀୟ ସ୍ମୃତିରେ ସ୍ୱତନ୍ତ୍ରତା ପାଇଁ ନିଜର ବଳିଦାନ ଦେଇଥିବା ଲୁକ୍କାୟିତ ନାୟକମାନଙ୍କର କାହାଣୀକୁ ଉଲ୍ଲେଖ କରିବା ପାଇଁ ପ୍ରଫେସର ଆଲୋକ ଚକ୍ରବାଲଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହି ଭଳି ପ୍ରୟାସ ଅନ୍ୟ ଲୋକମାନଙ୍କୁ ଏଭଳି କାହାଣୀଗୁଡିକୁ ସର୍ବସମ୍ମୁଖକୁ ଆଣିବା ନିମନ୍ତେ ପ୍ରେରଣା ଦେବ।

Comments are closed.