ପକ୍ଷୀ ଆମ ପରିବେଶର ଏକ ମୁଖ୍ୟ ଅଂଶ ଅଟନ୍ତି। କୁହାଯାଇଛି ଯେ, ହଠାତ ଯଦି ଶୁଆ ଘରକୁ ଆସିଥାଏ ତେବେ ଧନଲାଭ ହେବାର ସଙ୍କେତ ଦେଇଥାଏ। ଅନେକ ପକ୍ଷୀଙ୍କ ସହ ଭିନ୍ନ ଭିନ୍ନ ମାନ୍ୟତା ରହିଛି। ହିନ୍ଦୁ ଧର୍ମରେ ଅନେକ ଦେବା-ଦେବୀଙ୍କ ବାହାନ ପଶୁପକ୍ଷୀ ଅଟନ୍ତି। ଦେବାଦେବୀଙ୍କ ସହ ସେମାନଙ୍କ ବାହାନକୁ ପୂଜା କରିବାର ବିଧି ରହିଛି। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
ଶାସ୍ତ୍ରରେ ଗାଈ, କୁକୁରକୁ ରୁଟି ଖାଇବାକୁ ଦେବାକୁ କୁହାଯାଇଛି। ଏପରି କରିବା ଦ୍ୱାରା ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମାନ୍ୟତା ଅନୁଯାୟୀ, ପକ୍ଷୀଙ୍କ ସେବା କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ। ଏହାଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ଭଗବାନ କାର୍ତ୍ତିକେୟଙ୍କ ବାହାନ ମୟୂର ଅଟେ। ମା ସରସ୍ୱତୀ ସର୍ବଦା ହଂସ ଉପରେ ବିରାଜମାନ ଅଟନ୍ତି। ଭଗବାନ ବିଷ୍ଣୁଙ୍କ ବାହାନ ଗରୁଡ ଅଟନ୍ତି। ସେହିପରି ଶନିଦେବଙ୍କ ବାହାନ କାଉ ଅଟେ। ଧଳା ପେଚାକୁ ମା’ ଲକ୍ଷ୍ମୀଙ୍କ ବାହାନ କୁହାଯାଏ। ଘରର ଆଖପାଖରେ ଧଳା ପେଚା ବସିଲେ ଏହା ଧନ ଆଗମନର ସଙ୍କେତ ଦେଇଥାଏ। ଘରର ଛାତରେ କିମ୍ବା ପାଖରେ କାଉ ବସିଥିବାର ଦେଖିଲେ ତାହା ବନ୍ଧୁ ଆସିବାର ସଙ୍କେତ ଦେଇଥାଏ।
ଘରକୁ ପକ୍ଷୀମାନଙ୍କର ଆଗମନର ସଙ୍କେତ
Popular Categories



