ବାର୍ଡଫ୍ଲୁ:ସର୍ଭେଲାନ୍ସ ନିର୍ଦେଶ ଦେଲେ ସ୍ବାସ୍ଥ୍ୟ ନିର୍ଦେଶକ
ଭୁବନେଶ୍ବର: ଚିନ୍ତା ବଢ଼ାଉଛି ପୁରୀ ଜିଲାରେ ବାର୍ଡଫ୍ଲୁ। ପୁରୀରେ ୨ଟି ବ୍ଲକରେ ବାର୍ଡଫ୍ଲୁ ନେଇ ସ୍ବାସ୍ଥ୍ୟ ନିର୍ଦେଶକ ପୁରୀ ସିଡିଏମ୍ଓଙ୍କୁ ଚିଠି ଲେଖିଛନ୍ତି। ପୁରୀ ସିଡିଏମ୍ଓଙ୍କୁ ସର୍ଭେଲାନ୍ସ ଓ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ନିର୍ଦେଶକ ନିର୍ଦେଶ ଦେଇଛନ୍ତି। ବାର୍ଡଫ୍ଲୁ ବ୍ୟାପୀଥିବା ପୁରୀର ୨ଟି ବ୍ଲକରେ ସର୍ଭେଲାନ୍ସ ବଢ଼ାଇବା ସହ ରୋକିବା ଉପରେ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଲୋକଙ୍କୁ ସଚେତନ କରିବା ସହ ଆତଙ୍କିତ ନ ହେବାକୁ ସେ ଆହ୍ବାନ ଦେଇଛନ୍ତି। କ୍ଲୋଜକଣ୍ଟାକ୍ଟରେ ସଂକ୍ରମିତ ପକ୍ଷୀଙ୍କଠାରୁ ମନୁଷ୍ୟକୁ ବ୍ୟାପୀପାରେ। ମାତ୍ର ଜଣେ ମନୁଷ୍ୟଠାରୁ ଅନ୍ୟ ଜଣେ ମନୁଷ୍ୟକୁ ବ୍ୟାପୀବାର ପ୍ରମାଣ ନାହିଁ ବୋଲି ସ୍ବାସ୍ଥ୍ୟ ନିର୍ଦେଶକ ପ୍ରକାଶ କରିଛନ୍ତି।
Comments are closed.