www.samajalive.in
Monday, December 8, 2025
14.1 C
Bhubaneswar

୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ସଂସଦରେ ଗୃହୀତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷାଣା ପରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ସୋମବାର ସଂସଦରେ ଗୃହୀତ ହୋଇଛି। କୃଷି ଆଇନ ପ୍ରତ୍ୟାହାର ବିଲ୍ ଉପରେ ଆଲୋଚନା ପାଇଁ ବିରୋଧୀ ଜିଦ୍ ଧରିଥିଲେ ମଧ୍ୟ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ନଥିଲେ। ପ୍ରବଳ ହଟ୍ଟଗୋଳ ସତ୍ତ୍ବେ ଉଭୟ ଲୋକସଭା ଓ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା ପରେ ଏହି ୩ କୃଷି ଆଇନ ଉଚ୍ଛେଦ ହେବ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଥମେ ଲୋକସଭାରେ ଏହି ବିଲ୍‌ ଆଗତ କରିଥିଲେ। ଲୋକସଭାରେ ମାତ୍ର ୪ ମିନିଟରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଥିଲା। ଦିନ ୧୨ଘ. ୬ମି.ରେ ବିଲ୍‌ ଆଗତ ହୋଇଥିଲା ଏବଂ ବିରୋଧୀଙ୍କ ଆଲୋଚନା ଦାବି ଓ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୧୨ଘ. ୧୦ମି.ରେ ଏହା ପାରିତ ହୋଇଥିଲା।

- Advertisement -

ସେହିପରି ରାଜ୍ୟସଭାରେ ଏକ ସଂକ୍ଷିପ୍ତ ଆଲୋଚନା ପରେ ୩ କୃଷି ଆଇନ ପ୍ରତ୍ୟାହାର ବିଧେୟକ ପାରିତ ହୋଇଥିଲା। ଗୃହରେ କଂଗ୍ରେସର ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ, ବିଲ୍ ଉପରେ ସମସ୍ତ ଦଳ ସହମତି ପ୍ରକାଶ କରିଛନ୍ତି ଏବଂ ଏହାକୁ କେହି ବିରୋଧ କରୁନାହାନ୍ତି।

ସୂଚନାଯୋଗ୍ୟ, ୨୦୨୦ ସେପ୍ବେମ୍ବର ୨୭ରେ ୩ କୃଷି ବିଲ୍ ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଆଇନରେ ପରିଣତ ହୋଇଥିଲା । ଏହାପରେ ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ବର୍ଷେ ଧରି ଆନ୍ଦୋଳନ ଜାରି ରହିଥିଲା। କିଛି ଦିନ ତଳେ ଏହି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଥିଲେ, ଏହି ୩ଟି ଆଇନ କୃଷକଙ୍କ ପାଇଁ ଉପଯୋଗୀ ହୋଇଥିଲେ ମଧ୍ୟ ବୋଧ ହୁଏ ସରକାର ତାହା ସେମାନଙ୍କୁ ବୁଝାଇ ପାରିନାହାନ୍ତି। ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ସହିତ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ। ପରେ ଏହି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ମିଳିଥିବା ବେଳେ ଆଜି ଶୀତ ଅଧିବେଶନର ପ୍ରଥମ ଦିନରେ ସଂସଦରେ ବିଲ୍‌ ଗୃହୀତ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories