www.samajalive.in
Saturday, December 6, 2025
26.1 C
Bhubaneswar

ସାଧାରଣବର୍ଗ ଗରିବ ସଂରକ୍ଷଣ ବିଲ୍‌ ଲୋକସଭାରେ ପାରିତ

ନୂଆଦିଲ୍ଲୀ ..- ସାଧାରଣବର୍ଗ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ  ସମ୍ବିଧାନ ସଂଶୋଧନ ବିଧେୟକ ଲୋକସଭାରେ ପାରିତ ହୋଇଯାଇଛି। ରାତି ୯ଟା୫୦ ସମୟରେ ଲୋକସଭାରେ ଏଥିପାଇଁ ମତ ଗ୍ରହଣ କରାଯାଇଥିଲା । ୩୨୩ ଏହା ସପକ୍ଷରେ ମତ ଦେଇଥିବା ବେଳେ ୦୩ ଜଣ ଏହା ବିପକ୍ଷରେ ମତ ଦେଇଥିବା ଲୋକସଭାରେ ଲାଗିଥିବା ସୂଚକ ଯନ୍ତ୍ରରେ ଦର୍ଶାଇଥିଲା ।ମୋଟ ୩୨୬ ଜଣ ସଦସ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ଏଥିପାଇଁ ଲୋକସଭାରେ ଲମ୍ବା ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା ।

ସାଧାରଣବର୍ଗର ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ଶତକଡା ୧୦ଭାଗ ସଂରକ୍ଷଣର ବ୍ୟବସ୍ଥା ଥିବା ବିଲ୍‍ ମଙ୍ଗଳବାର ଲୋକସଭାରେ ଉପସ୍ଥାପିତ ହୋଇଥିଲା । ସମ୍ବିଧାନର ୧୨୪ତମ ସଂଶୋଧନ ବିଲ୍‍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ ଉପସ୍ଥାପନ କରିଥିଲେ । ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଚାକିରୀ ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଯୋଗାଇବା ପାଇଁ ଏହି ବିଲ୍‌ରେ ବ୍ୟବସ୍ଥା ରହିଛି। ସୋମବାରରେ  କେନ୍ଦ୍ର କ୍ୟାବିନେଟ୍‍ ଏହାକୁ ଅନୁମୋଦନ କରିଥିଲା। ତେବେ ବିଜେପି ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ ଜାରି କରିବା ପାଇଁ ଅଧିବେଶନରେ ଉପସ୍ଥିତ ରହିବା ପାଇଁ କହିଥିଲା। କଂଗ୍ରେସ ମଧ୍ୟ ନିଜ ସାଂସଦଙ୍କୁ ମଙ୍ଗଳବାରକୁ ଅଧିବେଶନରେ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରି ଥିଲା ।

- Advertisement -

ସୂଚନାଯୋଗ୍ୟ, ସୋମବାର କେନ୍ଦ୍ର କ୍ୟାବିନେଟ୍ ସରକାରୀ ଚାକିରି କ୍ଷେତ୍ରରେ ସାଧାରଣ ବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଆର୍ଥିକ ପଛୁଆ ବର୍ଗର ଲୋକଙ୍କ ପାଇଁ ୧୦% କୋଟା ରହିବ। ସାଧାରଣ ବର୍ଗର ଆର୍ଥିକ ପଛୁଆ ବା ଗରିବଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଦୀର୍ଘଦିନ ହେବ ଦାବି ହୋଇ ଆସୁଥିଲା। ତେବେ ଭାରତୀୟ ସମ୍ବିଧାନରେ ଆର୍ଥିକ ଆଧାରରେ ସଂରକ୍ଷଣ ଦେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଥିପାଇଁ ସମ୍ବିଧାନ ସଂଶୋଧନ ହିଁ ଏକମାତ୍ର ବିକଳ୍ପ ରହିଛି। ଏଭଳି ହେଲେ ସଂରକ୍ଷଣ ବ୍ୟବସ୍ଥା ୪୯.୫%ରୁ ବୃଦ୍ଧି ପାଇ ୫୯.୫%ରେ ପହଞ୍ଚିବ। ବାର୍ଷିକ ୮ ଲକ୍ଷରୁ କମ୍‍ ପାରିବାରିକ ଆୟ କରୁଥିବା ସାଧାରଣ ବର୍ଗର ଲୋକଙ୍କୁ ଏହି ସଂରକ୍ଷଣ ଲାଭ ମିଳିବ। ଏହାବାଦ୍‍ ସହରରେ ୧୦୦୦ ବର୍ଗ ଫୁଟ୍‍ରୁ ଛୋଟ ଘର କିମ୍ବା ୫ ଏକରରୁ କମ୍‍ ଚାଷ ଜମି ନେଇ ସର୍ତ୍ତ ଭାବେ ରଖାଯାଇଛି।​‌

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories