ବାଇକ ସହ ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଇ ଭଉଣୀ ଗୁରୁତର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଆଜି ସନ୍ଧ୍ୟାରେ ଏକ ବାଇକ ସହ ଏକ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହୋଇଛି ।‌ ଦୁର୍ଘଟଣାରେ ବାଇକରେ ଥିବା ଭାଇ ଭଉଣୀ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।‌ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଖିରେଇଟାଙ୍ଗିରୀ ଟୋଲ୍ ଗେଟ୍ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।‌ ଗୁରୁତର ଦ୍ବୟ ସଦର ଥାନା ଜଜପଶି ଗ୍ରାମର ଲାଲମୋହନ ମୁଣ୍ଡାଙ୍କ ପୁଅ ରଇବୁ ମୁଣ୍ଡା ଓ ଝିଅ ସିନି ମୁଣ୍ଡା ବୋଲି ଜଣାପଡିଛି। ଉଭୟ ବାଇକରେ କେନ୍ଦୁଝରରୁ ତୁରୁମୁଙ୍ଗା ଅଭିମୁଖେ ଆସୁଥିବାବେଳେ ରେଙ୍ଗାଳବେଡା ଗ୍ରାମରୁ ରାଜପଥକୁ ଯାଉଥିବା ଏକ ଟ୍ରାକ୍ଟର ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

Comments are closed.