ବାଇକ ଦୁର୍ଘଟଣାରେ ଭିଣୋଇ ମୃତ, ଶଳା ଗୁରୁତର

ଫୁଲବାଣୀ : ବାଇକ ଦୁର୍ଘଟଣାରେ ଶଳା ଗୁରୁତର ହୋଇଥିବାବେଳେ ଭିଣୋଇ ମୃତ ।  ଫୁଲବାଣୀ ବ୍ଲକ ସଦର ଥାନା ବିଶିପଡା ପଞ୍ଚାୟତ ସୁଧା ସାହି ଗାଁର ବାଜିରାଉତ ବେହେରା କୌଣସି କାମରେ ନିଜ ଶାଶୁ ଘର ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା କେଳାପଡା ପଞ୍ଚାୟତର ଜୟଲମ୍ବା ଗାଁକୁ ଯାଇଥିଲେ । ସେଠାରୁ ନିଜ ଶଳା ମିଥୁନ ଦେହୁରୀଙ୍କ ସହ ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ବୁଡ଼ାକାମ୍ବା ଗାଁ ନିକଟ ରାସ୍ତାରେ ବାଇକ ଆଗକୁ ଗୋଟିଏ କୁକୁର ପଶି ଆସିବାରୁ ଭାରସାମ୍ୟ ହରାଇ ବାଇକ ଗଛରେ ପିଟି ହୋଇଥିଲା । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଆମ୍ବୁଲାନ୍ସ ଉଭୟଙ୍କୁ ହସ୍ପିଟାଲ ନେଇଥିବାବେଳେ ସେଠାରେ ଡାକ୍ତର ବାଜିରାଉତଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ମିଥୁନଙ୍କ ଚିକିତ୍ସା ଚାଲିଛି । ଫିରିଙ୍ଗିଆ ଥାନାରେ ୪୪/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଫିରିଙ୍ଗିଆ ପୋଲିସ ।

 

Comments are closed.