www.samajalive.in
Saturday, December 6, 2025
16.1 C
Bhubaneswar

ବିଜେପୁର ଉପ ନିର୍ବାଚନ: ସରିଲା ପ୍ରଚାର ସୋମବାର ମତଦାନ

ବିଜେପୁର: ବିଜେପୁର ଉପନିର୍ବାଚନ ପାଇଁ ଶନିବାର ସଂନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର। ୩ ପ୍ରମୁଖ ଦଳର ବିଜେଡି ,ବିଜେପି ଏବଂ କଂଗ୍ରେସ ଉପନିର୍ବାଚନରେ ବିଜୟ ପାଇଁ ପ୍ରଚାର ମାଧ୍ୟମରେ ନିଜ ନିଜର ଦମ୍ ଦେଖାଇ ସାରିଛନ୍ତି। ବର୍ତ୍ତମାନ ଅପେକ୍ଷା ଆସନ୍ତା ସୋମବାରକୁ କାରଣ ଏହି ଦିନ ବିଜେପୁରବାସୀ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ପ୍ରଚାର ଶେଷ ପରେ ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବିଜେପୁରର ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ସୋମବାର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପାଇଁ ୨୮୫ଟି ବୁଥ୍ କରାଯାଇଛି। ଏଥିରୁ ୧୨୯ଟି ସମ୍ବେଦନଶୀଳ ଏବଂ ଗାଇସିଲଟ ବ୍ଲକରେ ୬ଟି ମାଓ ପ୍ରବଣ ବୁଥ ରହିଛି। ଏଥିରୁ ୧୪ଟି ସ୍ଥାନରେ ସିସିଟିଭି ଲଗାଯିବା ସହିତା ୭୭ଟି ସ୍ଥାନରେ ମାଇକ୍ରୋ ଅବଜରଭର ରହିବେ। ୨୭୫୦ ଜଣ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ପ୍ରତି ବୁଥରେ ୨ ଜଣ ସ୍ଵେଚ୍ଛାସେବୀ ରହିବେ। ନିର୍ବାଚନ ପରିଚାଳନା ଲାଗି ୧ ହଜାର ୮୯୫ କର୍ମଚାରୀ ବିଜେପୁରରେ ନିୟୋଜିତ ହେବେ। ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ। ଭୋଟରମାନେ ୧୨ପ୍ରକାରର
ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ମତଦାନ କରିପାରିବେ । ଶନିବାର ପ୍ରଚାର ଶେଷ ହୋଇଥିବାରୁ ବିଜେପୁରରୁ  ବାହାରର ରାଜନେତାଙ୍କୁ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେମାନେ ସେଠାରେ ରୁହନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ନିର୍ବାଚନୀ ଅଧିକାରୀ ସୁଶିଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ ବିଜେପୁରରେ ୨୧ରେ ମତଦାନ ହେବାକୁ ଥିବା ବେଳେ ୨୪ରେ ଫଳାଫଳ ଘୋଷଣା ହେବ। ଶାସକ ବିଜେଡି ପକ୍ଷରୁ  ରୀତା ସାହୁ ମଇଦାନରେ ଥିବା ବେଳେ ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ କଂଗ୍ରେସ ପକ୍ଷରୁ ଦିଲ୍ଲୀପ ପଣ୍ଡା ନିର୍ବାଚନ ଲଢୁଛନ୍ତି।

- Advertisement -

 

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories