www.samajalive.in
Monday, December 8, 2025
14.1 C
Bhubaneswar

ବିହାରରେ ଗ୍ରୀଷ୍ମ ପ୍ରବାହକୁ ନେଇ ରେଡ ଆଲର୍ଟ; ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି

ପାଟନା : ବହାରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ସେଠାରେ ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ସଂଖ୍ୟା ୭୮ରେ ପହଞ୍ଚିଛି। କେବଳ ଔରଙ୍ଗାବାଦରେ ପ୍ରଚଣ୍ଡ ରୌଦ୍ରତାପରୁ ୪୭ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଲୋକଙ୍କୁ ଅଂଶୁଘାତ ଓ ଗ୍ରୀଷ୍ମ ପ୍ରବାହ ଜନିତ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ଗୟା ଓ ଅନ୍ୟ କେତେକ ଜିଲାରେ ୧୪୪ ଧାରା ଲାଗୁ କରାଯାଇଛି।
ଗୟାରେ କୋଠା ନିର୍ମାଣ, ମନରେଗା କାମ ଏବଂ ଖୋଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଉପରେ ଦିନ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଗୟା ଜିଲାପାଳ ଅଭିଷେକ ସିଂହ କହିଛନ୍ତି ଯେ ପାଣିପାଗ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ସାର୍ବଜନୀନ କାର୍ଯ୍ୟକ୍ରମ, ରାଜନୈତିକ କାର୍ଯ୍ୟକ୍ରମ, ଧାରଣା, ପ୍ରଦର୍ଶନ ଏବଂ ଲୋକଙ୍କୁ ଗୋଟିଏ ଜାଗାରେ ଏକତ୍ରିତ ହେବା ଉପରେ କଟକଣା ଜାରି ରହିବ। ବିହାରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ବିଭିନ୍ନ ଜିଲାର ପ୍ରାୟ ୧୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଗୟା ଏବଂ ପାଟନାର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ଉପରେ ରହିଛି। ବିହାରରେ ଦିନ ୧୦ଟା ପରେ ଆଉ ଘରୁ ବାହାରି ହେଉନି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରାସ୍ତା, ଘାଟ ତତଲା ତାୱା ପରି ରହୁଛି। ଫଳରେ ଗ୍ରୀଷ୍ମ ପ୍ରବାହ ଜନିତ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories