www.samajalive.in
Friday, December 5, 2025
23.1 C
Bhubaneswar

‘ଅପରେସନ ସିନ୍ଦୂର’ ପରେ ଛୁଟିରେ ଘରକୁ ଆସିଥିଲେ ଯବାନ; ଏମିତି ହେଲା ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ:  ‘ଅପରେସନ ସିନ୍ଦୂର’ର ସଫଳତା ପରେ ଛୁଟିରେ ଘରକୁ ଆସିଥିଲେ ଯବାନ । ଦାଦାଙ୍କ ଦଶାହ କାର୍ଯ୍ୟରେ ସାମିଲ ହେବାକୁ ଛୁଟି ନେଇ ଘରକୁ ଆସିଥିବା ବେଳେ ବିଏସଏଫ୍‍ ଯବାନଙ୍କ ଅଚାନକ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ବିହାରର ବୈଶାଳୀ ଜିଲ୍ଲାରେ । ଦାଦାଙ୍କ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ଘରକୁ ଆସିଥିବା ବିଏସଏଫ୍‍ ଯବାନ ରାଜୁ କୁମାରଙ୍କର ହଠାତ ହୃଦଘାତରେ ମୃତ୍ୟୁ ହୋଇଛି । ରାଜୁ ଜମ୍ମୁ-କାଶ୍ମୀରରେ ବିଏସଏଫ୍‍ ସୈନିକ ଭାବରେ ନିଯୁକ୍ତ ଥିଲେ ଏବଂ ସେ ଅପରେସନ ସିନ୍ଦୂରରେ ମଧ୍ୟ ସାମିଲ ହୋଇଥିଲେ ।
ସୂଚନା ଅନୁଯାୟୀ ରାଜୁ କୁମାର ମେ ୧୭ତାରିଖରେ ତାଙ୍କ ଦାଦାଙ୍କ ଶ୍ରାଦ୍ଧ ଉତ୍ସବରେ ଯୋଗଦେବା ପାଇଁ ବୈଶାଳୀ ଆସିଥିଲେ । ଦାଦା ଚନ୍ଦ୍ରାପ୍‍ ରାୟଙ୍କର କିଛି ଦିନ ତଳେ ଦେହାନ୍ତ ହୋଇଥିଲା । ଶ୍ରାଦ୍ଧର ସପ୍ତମ ଦିନରେ ରାଜୁଙ୍କ ଛାତିରେ ହଠାତ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ରାଜୁଙ୍କ ସମ୍ପର୍କୀୟ କହିଛନ୍ତି ଯେ ୨୦୨୨ମସିହାରେ ରାଜୁ ବିଏସଏଫ୍‍ରେ ନିଯୁକ୍ତି ପାଇଥିଲେ । ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ । ପିଲାବେଳୁ ମା ଓ ବାପାଙ୍କୁ ହରାଇଥିବା ରାଜୁଙ୍କର ଦୁଇଟି ସନ୍ତାନ ଅଛନ୍ତି ।  ସାତ ଦିନ ଅନ୍ତରରେ ଦାଦା ଓ ପୁତୁରାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ପରିବାର ସଦସ୍ୟ ।

 

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories