www.samajalive.in
Wednesday, December 10, 2025
26.1 C
Bhubaneswar

୮୦ରେ ବିଗ୍ ବି

ସିନେଜଗତର ଶେହନଶାହ ଅମିତାଭ ବଚ୍ଚନ ୮୦ ବର୍ଷରେ ପାଦ ଦେଇଛନ୍ତି । କେବଳ ଭାରତ ନୁହେଁ, ବିଶ୍ବର କୋଣଅନୁକୋଣରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି। ୧୯୪୨ ଅକ୍ଟୋବର ୧୧ରେ ବିଗ୍ ବି ଅମିତାଭ ବଚ୍ଚନ ଜନ୍ମଗ୍ରହଣ କରିଥିଲେ। ୧୯୬୯ରେ ତାଙ୍କ ସିନେ କ୍ୟାରିୟର ଆରମ୍ଭ ହେଲା। କଠିନ ପରିଶ୍ରମ, ଧୈର୍ଯ୍ୟ ହିଁ ତାଙ୍କ ସଫଳତାର ଚାବିକାଠି। ୮୦ ବର୍ଷୀୟ ଅମିତାଭଙ୍କୁ ଏ ବୟସରେ ମଧ୍ୟ ଫୁରସତ୍ ମିଳୁନି। ସକାଳର ଆରମ୍ଭ ସୁଟିଂ ସେଟ୍‌ରେ କରୁଥିବା ଅମିତାଭ ଏବେ ମଧ୍ୟ କାମ ସାରି ଡେରି ରାତିରେ ଘରକୁ ଫେରୁଛନ୍ତି। ତାଙ୍କର ଗୋଟିଏ ମୂଳ ମନ୍ତ୍ର ‘ପ୍ରଶଂସକଙ୍କୁ ନିରାଶ କରବିିନି’। ପ୍ରଶଂସକଙ୍କ ଭଲପାଇବାରେ ଆଜି ଏହି ସିନେକଳାକାର ପରିଚୟ ପାଇଥିବା କହିଥାନ୍ତି ଅମିତାଭ। ଏଥରକ ଜନ୍ମଦିନରେ ବିଗ୍ ବି ସପରିବାର ତିରୁପତି ଦର୍ଶନ ଯିବାକୁ ସ୍ଥିର କରିଥିବା ଜଣାପଡ଼ିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories