www.samajalive.in
Monday, December 8, 2025
13.1 C
Bhubaneswar

ଦେଶରେ ଦୁଇ ଜଣ ‘ବିଗ ବି’ ! ଜାଣନ୍ତୁ ଦ୍ବିତୀୟ ‘ବିଗ ବି’ କିଏ ?

ନୂଆଦିଲ୍ଲୀ: ‘ବିଗ ବି’ ଙ୍କୁ କିଏ ବା ନ ଜାଣେ । ଛୋଟ ଠାରୁ ବଡ ଯାଏଁ ସମସ୍ତେ ଜାଣନ୍ତି ଯେ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ବେତାଜ ବାଦଶାହ ଅମିତାଭ ବଚ୍ଚନଙ୍କୁ ‘ବିଗ୍ ବି’ କୁହାଯାଏ । ହେଲେ ସମସ୍ତଙ୍କୁ ଚକିତ କଲା ଭଳି ଖବର ହେଲା,ଏବେ ଦେଶରେ ଦ୍ବିତୀୟ ‘ବିଗ୍ ବି’ ଙ୍କ ପରିଚୟ ହୋଇଛି । ପ୍ରଥମ ‘ବିଗ୍ ବି’ ଙ୍କ ଭଳି ଦ୍ବିତୀୟ ‘ବିଗ୍ ବି’ ମଧ୍ୟ ଭାରତରେ ବହୁତ ପ୍ରସିଦ୍ଧ । ଘରେ ଘରେ ତାଙ୍କ ନାମକୁ ସମସ୍ତେ ଜାଣନ୍ତି । ତେବେ ଏହି ଦ୍ବିତୀୟ ‘ବିଗ୍ ବି’ କିଏ ?

ତେବେ ବିରୋଧୀ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ବିତୀୟ ‘ବିଗ୍ ବି’ ଆଖ୍ୟ ଦେଇଛି । ଏହି ସହ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ଦ୍ବିତୀୟ ‘ବିଗ୍ ବି’ ଙ୍କୁ କାଠଗଡାରେ ଛିଡା କରିଛି । କଂଗ୍ରେସ ଦଳର ରାଜ୍ୟସଭା ସାଂସଦ ତଥା ପ୍ରବକ୍ତା ଡ.ଅଭିଷେକ ମନୁ ସିଙ୍ଘଭୀ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଅନେକ ଥର ‘ବିଗ୍ ବି’ ଶବ୍ଦ ବ୍ୟବହାର କରିଥିଲେ । ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦେଶ ଅନୁଯାୟୀ ଦେଶର ପ୍ରମୁଖ ସୁରକ୍ଷା ଏଜେନ୍ସି ଯେକୌଣସି ବ୍ୟକ୍ତିର କମ୍ପ୍ୟୁଟରରୁ ଜେନେରେଟ, ଟ୍ରାନ୍ସମିଟ୍‍, ରିସିଭ ଓ ଷ୍ଟୋର କରାଯାଇଥିବା ତଥ୍ୟକୁ ଦେଶର ପ୍ରମୁଖ ୧୦ଟି ସଂସ୍ଥା ଦେଖି ପାରିବେ । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ କଟୁ ସମାଲୋଚନା କରି ଶ୍ରୀ ସିଙ୍ଘଭୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଗ୍ ବ୍ରଦର ବା ବିଗ୍ ବି ବୋଲି କହିଛନ୍ତି । କାରଣ ଏହି ବିଗ୍ ବି ଏବେ ସରକାରଙ୍କର ସମସ୍ତ ରଣନୀତି ପ୍ରସ୍ତୁତ କରୁଛନ୍ତି ।

- Advertisement -

ସେହିପରି ‘ବିଗ୍ ବି’ ବ୍ୟତିତ ମୋଦୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ସିଙ୍ଘଭୀ ଅନେକ ଅପଶବ୍ଦ ବ୍ୟବହାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମ ଚୌକିଦାର(ମୋଦୀ)ଙ୍କ ଏକ ବିକୃତ ପରିଭାଷା ଦେଶରେ ଲାଗୁ ହୋଇଛି । ଏବେ ଦେଶବାସୀ ବୁଝିଯାଇଛନ୍ତି ଯେ ଜୁମଲେବାଦ(ମୋଦୀ) ଗୁପ୍ତଚର ବୋଲି ସିଙ୍ଘଭୀ କହିଛନ୍ତି ।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories