www.samajalive.in
Monday, December 8, 2025
27.1 C
Bhubaneswar

ଭୁଟାନ୍ ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ଵର :   ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁଟାନ ଗସ୍ତ। ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଅନ୍ତର୍ଜାତୀୟ ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ । ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ହେଉଛି । ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭାରତକୁ ପ୍ରତିନିଧିତ୍ୱ କରିବେ । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ ବର୍ତ୍ତମାନ ଓଡ଼ିଶାର ଦାଦନ ଶ୍ରମିକ ବିସ୍ଥାପନ ଟାସ୍କଫୋର୍ସର ଚେୟାରମ୍ୟାନ ଅଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ଵବ୍ୟାଙ୍କ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଶ୍ରୀ ସିଂହଦେଓ ଭାରତର ପ୍ରତିନିଧିତ୍ୱ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ।  ଦାଦନ ଶ୍ରମିକ ଭଳି ସମସ୍ୟାର ସ୍ଥାୟୀ ସମାଧାନ ପନ୍ଥା, ନୀତି ନିରୂପଣ କରିବାରେ ବିଶେଷ ସହାୟକ ହେବ । ପ୍ରମୁଖ ଶାସନ ସଚିବ, ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ଚିତ୍ରା ଅରୁମୁଗମ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କ ସହ ଉପସ୍ଥିତ ଅଛନ୍ତି । ଭୁଟାନ, ମଧ୍ୟପ୍ରାଚ୍ୟ ରାଷ୍ଟ୍ର, ଉତ୍ତର ଆଫ୍ରିକା, ଇଟାଲୀ, ଅଷ୍ଟ୍ରେଲିଆ, ଆରବ ଦେଶ, ଫିଲିପାଇନ୍ସ, ପପୁଆ ନିଉ ଗିନିଆ, ମାଳଦ୍ବୀପ, ଶ୍ରୀଲଙ୍କା, ନେପାଳ, ଜାମାଇକା, ବାଂଲାଦେଶରୁ ପ୍ରତିନିଧି, ବିଶ୍ଵବ୍ୟାଙ୍କର ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ସମେତ ପ୍ରାୟ ୧୦୦ ଜଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବେ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories