www.samajalive.in
Friday, December 12, 2025
19.1 C
Bhubaneswar

ଭୁବନେଶ୍ୱର ପାୱାରପ୍ଲାଣ୍ଟ ଓ ମଜଦୁର ୟୁନିୟନ ମଧ୍ୟରେ ଦରମାକୁ ନେଇ ଦ୍ୱିପାକ୍ଷିକ ବୁଝାମଣା

ଗୁରୁଡିଝାଟିଆ : ଅନନ୍ତପୁର ଠାରେ ପ୍ରତିଷ୍ଠିତ ଭୂବନେଶ୍ୱର ପାୱାର ପ୍ଲାଣ୍ଟ ଓ କାରଖାନା ମଜଦୁର ୟୁନିୟନ ମଧ୍ୟରେ ଦରମାକୁ ନେଇ ଦ୍ୱିପାକ୍ଷିକ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଭୂବନେଶ୍ୱର ପାୱାରପ୍ଲାଣ୍ଟ ମଜଦୂର ୟୁନିୟନର ସଭାପତି ତଥା ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାର ବିକାଶର ମାର୍ଗକୁ ଉନ୍ମୁକ୍ତ କରିବା ପାଇଁ ଶିଳ୍ପାୟନ ମାଧ୍ୟମରେ ବ୍ୟାପକ ନିଯୁକ୍ତି ବ୍ୟବସ୍ଥା କରିଛନ୍ତି । ଶିଳ୍ପ କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତର ଶିଳ୍ପ ପ୍ରତି ଓଡିଶା ମୁହାଁ । ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ହିତକୁ ଦେଖି କାରଖାନା କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଅନୁକୂଳ ସହଯୋଗର ହାତ ବଢାଇଲେ କର୍ମଚାରୀ ଓ କାରଖାନା କର୍ତ୍ତୃପକ୍ଷଙ୍କ ଉନ୍ନତି ହୋଇପାରିବ ବୋଲି କହିଥିଲେ । ହିନ୍ଦ ମଜଦୂର ସଭାର ଓଡିଶା ଶାଖା ସଂପାଦକ ଗିରିଜା କିଙ୍କର ନାୟକ, ଯୁବ ସଭାପତି ବିଭୂତି ଭୂଷଣ ପତି, ଅନନ୍ତପୁର ସରପଞ୍ଚ ଶକ୍ତି ପ୍ରସାଦ ସାହୁ, ସମିତି ସଭ୍ୟ ସୌମ୍ୟରଞ୍ଜନ ପଣ୍ଡା, ଭୂବନେଶ୍ୱର ପାୱାରପ୍ଲାଣ୍ଟର ଉପସଭାପତି ଦେବାଶିଷ ପଟ୍ଟନାୟକ, ମାନବ ସମ୍ବଳ ଅଧିକାରୀ ସାଇ ଦର୍ଶନ ପାଣିଗ୍ରାହୀ, ସମ୍ବିତ ପଟ୍ଟନାୟକ, ପି.କେ ଓଝାଙ୍କ ସହିତ ଟାଟାଷ୍ଟିଲ କର୍ମଚାରୀ ୟୁନିୟନ, ଟାଟା ଷ୍ଟିଲ ଠିକା କର୍ମଚାରୀ ସଂଘ, ଆରତୀ ଷ୍ଟିଲ, ଜେକେ ଲକ୍ଷ୍ମୀ ସିମେଣ୍ଟ, ଶ୍ରୀ ସିମେଣ୍ଟ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗଦେଇଥିଲେ। ଭୂବନେଶ୍ୱର ପାୱାରପ୍ଲାଣ୍ଟ କର୍ମଚାରୀ ସଂଘ ସଂପାଦକ ଅନ୍ତର୍ଯ୍ୟାମୀ ବେହେରା, କାର୍ଯ୍ୟକାରୀ ସଭାପତି ବିକାଶ ବିଶ୍ୱାଳ, ମହାଦେବ ମୁଦୁଲି, ଅଜୟ ସ୍ୱାଇଁ, ଦିଳ୍ଲିପ ସାହୁ ଆଦି ସଂଘର କର୍ମକର୍ତ୍ତାମାନେ ଚୁକ୍ତିନାମା ସମୟରେ ଉପସ୍ଥିତ ଥିଲେ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories