www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟରେ ବଢୁଛି ଡେଙ୍ଗୁ ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି। ଏହି ଜିଲାରୁ ଏବେ ସୁଦ୍ଧା ୧୩୩୨ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ସେହିପରି ନୟାପଲ୍ଳୀ ଅଞ୍ଚଳରୁ ୧୧୧ଜଣ, ଆଚାର୍ଯ୍ୟ ବିହାରରୁ ୧୦୫ ଜଣ, ଜୟଦେବ ବିହାରରୁ ୬୬ ଜଣ, ୟୁନିଟ୍‌ -୯ରୁ ୫୯ ଜଣ, ସହିଦ ନଗରରୁ ୫୬ ଜଣ, ୟୁନିଟ୍ ୪ରୁ ୫୦ ଜଣ ଓ ସତ୍ୟନଗରରୁ ୪୯ ଜଣ, ପୁରୀରୁ ୨୭୦ ଜଣ, ବାଲେଶ୍ୱରରୁ ୨୪୮, କଟକରୁ ୧୭୩ ଜଣ ଓ ଜଗତସିଂହପୁରରୁ ୧୫୬ଜଣ ରୋଗୀ ଚିହ୍ନଟ କରାଯାଇଛି। ପ୍ରତିଦିନ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ୬୦୦ରୁ ୮୦୦ ରକ୍ତ ନମୂନା ପରୀକ୍ଷା କରାଯାଉଥିବାବେଳେ ସେଥିରୁ ୭୦ରୁ ୮୦ ପିଜିଟିଭ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ସ୍ଥିତି ମୁକାବିଲା କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ସତ୍ତ୍ବେ ବି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁନାହିଁ। ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ପକ୍ଷରୁ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ପରୀକ୍ଷଣ କେନ୍ଦ୍ର ସହିତ ସିଏଚସିରେ ଡେଙ୍ଗୁ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories