ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପକ୍ଷରୁ ଅହରାତ୍ର ସତ୍ୟାଗ୍ରହ
ନିମାପଡ଼ା: ଭୁବନେଶ୍ୱର-କଟକ ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅହରାତ୍ର ସତ୍ୟାଗ୍ରହ କରାଯାଉଛି । ନିମାପଡ଼ା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା ସହ ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣାକୁ ନେଇ ସତ୍ୟାଗ୍ରହ କରୁଛି ବିଜେପି । ଏହି ଦୁଇ ଘଟଣାରେ ବହୁ ମନ୍ତ୍ରୀ ଏବଂ ବିଧାୟକ ମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ପ୍ରତିବାଦ କରୁଛି ଦଳ । ଭୁବନେଶ୍ୱର-କଟକ ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ଅନେକ ନେତା ଅହରାତ୍ର ସତ୍ୟାଗ୍ରହ କରିଛନ୍ତି ।
Comments are closed.